ବାଇକ୍ କୁ ଧକା ଦେଲା ଅଜଣା ଗାଡି, ୨ ମୃତ
ଯୋଡ଼ା (ଯୁଗାବ୍ଦନ୍ୟୁଜ) କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ତଥା ୫୨୦ନଂ ଜାତୀୟ ରାଜପଥ କଣ୍ଡରା ଛକ ଠାରେ ନିର୍ମାଣ ହେଉଥିବା ଟୋଲଗେଟ୍ ନିକଟରେ ଗୋଟିଏ ବାଇକ କୁ ଏକ ଅଜଣା ଗାଡି ଧକା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନାଅନୁସାରେ ଚମ୍ପୁଆ ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମର ଯଶରାଜ ମୁଣ୍ଡା(୨୬) ଓ ସୋମା ମୁଣ୍ଡା(୨୩) ଏକ ବାଇକ୍ ନଂ ଓଆର୦୨ ଏଏସ୍ ୮୨୪୨ ଯୋଗେ ଗ୍ରାମରୁ ବିଲେଇପଦା ଅଭିମୁଖେ ଆସି ଗୁରୁବାର ରାତି ପ୍ରାୟ ୧୦ ଟା ସମୟରେ ଘରକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଏକ ଅଜଣା ଗାଡି ସେମାନଙ୍କ ବାଇକ୍ କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ଓ ବିଲେଇପଦା ଫାଣ୍ଡି ଅଧିକାରୀ ରଂଜନ କୁମାର ବିଶ୍ୱାଳ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଶୁକ୍ରବାର ବ୍ୟବଛେଦ ପାଇଁ ପଠାଇବା ସହିତ ଏହାର ତଦନ୍ତ ଆରମ୍ଭ କରିଛି ପୁଲିସ।