୨ଠ ଟଙ୍କା ବଢ଼ିଲା ସୁନା

ନୂଆଦିଲ୍ଲୀ, (ଏଜେନ୍ସି): ଶନିବାର ସୁନାରେ ବୃଦ୍ଧି ଦଖିବାକୁ ମିଳିଛି । ଦିଲ୍ଲୀ ସର୍ଫା ବଜାରରେ ସୁନା ୧୦ଗ୍ରାମ୍ ପ୍ରତି ୨୦ ଟଙ୍କା ବୃଦ୍ଧି ପାଇ ୩୨,୭୯୦ ଟଙ୍କାରେ ରହିଛି । ଅଖିଳ ଭାରତୀୟ ସର୍ଫା ସଂଘ ଏହି ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଉଦ୍ୟୋଗିକ ୟୁନିଟ୍ ତଥା ମୁଦ୍ରା ନିର୍ମାଣକାରୀଙ୍କ ଚାହିଦା କମିବା ଯୋଗୁଁ ରୁପା କିଲୋପ୍ରତି ୩୦ଟଙ୍କା ହ୍ରାସ୍ ସହିତ ୩୮,୫୦୦ ଟଙ୍କାରେ ବିକ୍ରି ହୋଇଛି । ବିଶ୍ୱର ଅନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଡଲାର ପାଖାପାଖି ଏକ ସପ୍ତାହ ନିମ୍ନତମ ସ୍ତରରେ ରହିବା ଯୋଗୁଁ ବିଦେଶରେ ସୁନା ୧.୨୫ଡଲାର ହ୍ରାସ୍ ପାଇ ଆଉନ୍ସ ପ୍ରତି ୧,୨୯୧.୩୫ ଡଲାରରେ ରହିଛି । ଜୁନ୍ର ଆମେରିକା ସୁନା ମଧ୍ୟ ୧.୬୦ଡଲାର ବୃଦ୍ଧିରେ ଆଉନ୍ସ ପ୍ରତି ୧,୨୯୪.୩୦ ଡଲାରରେ ରହିଛି । ବଜାରରେ ବିଶ୍ଳେଷକଙ୍କ ଅନୁସାରେ ଡଲାରରେ ହୋଇଥିବା ହ୍ରାସ୍ ଯୋଗୁଁ ଅନ୍ୟାନ୍ୟ ମୁଦ୍ରା ଯୁକ୍ତ ଦେଶ ପାଇଁ ସୁନା ଆମଦାନୀ ଶସ୍ତା ହୋଇଛି । ଏହାଦ୍ୱାରା ଚାହିଦା ସହିତ ମୂଲ୍ୟ ମଧ୍ୟ ବଢ଼ିଛି । ଅନ୍ତରାଷ୍ଟ୍ରୀୟ ସ୍ତରରେ ରୁପାରେ ହ୍ରାସ୍ ଘଟିଛି । ରୁପା ୦.୦୩ଡଲାର ହ୍ରାସ୍ରେ ଆଉନ୍ସ ପ୍ରତି ୧୫.୦୯ ଡଲାରରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ