ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ନିସାର ଅହମ୍ମଦ ଦର ଗିରଫ

ଶ୍ରୀନଗର : ଶନିବାର ସକାଳୁ ଶ୍ରୀନଗରରୁ ୨୩ ବର୍ଷୀୟ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ନିସାର ଅହମ୍ମଦ ଦରକୁ ଗିରଫ କରାଯାଇଛି। ପାକିସ୍ତାନର ଆତଙ୍କୀ ସଙ୍ଗଠନ ଲସ୍କର ଏ ତୋଏବାର ଆତଙ୍କବାଦୀ ଦର ୨୦୧୬ରେ ୭ଟି ଏବଂ ୨୦୧୯ରେ ଗୋଟିଏ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗ ଆସିଛି। ସୁରକ୍ଷା ବଳଙ୍କ ହିଟ୍‌ଲିଷ୍ଟରେ ରହିଥିବା ଦର୍‌ ଓ୍ବାହାବ ପରେ ମୋହଲ୍ଲାର ନିବାସୀ। ପୂର୍ବରୁ ଦର୍‌କୁ ଦୁଇଥର ଅଟକ ରଖାଯାଇଥିଲେ ମଧ୍ୟ ପ୍ରମାଣ ଅଭାବରୁ ମୁକ୍ତ କରି ଦିଆଯାଇଥିଲା। ଦର୍‌ କୁଖ୍ୟାତ ଆତଙ୍କବାଦୀ ସଲିମ୍‌ ପରେର ସହଯୋଗୀ ଭାବରେ କାର୍ଯ୍ୟ କରୁଥିଲା। ଦର୍‌କୁ ଗିରଫ କରାଯାଇ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚୁରା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ