ବିଶିଷ୍ଟ ଶ୍ରମିକ ନେତା ବିଶ୍ୱନାଥ ପଣ୍ଡିତଙ୍କ ୧୦୧ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର- : ଦଳିତ ନିଷ୍ପେସିତ ଜନତାଙ୍କ ରକ୍ଷକ ତଥା ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ପ୍ରତିଷ୍ଠାତା, କେନ୍ଦୁପତ୍ର ସଂଘ ଭଳି ରାଜ୍ୟର ଅଗଣିତ ଅଣସଂଗଠିତ ଶ୍ରମିକମାନଙ୍କୁ ଏକାଠି କରିବାରେ ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ଉଦ୍ୟମ ଅ।ଜି ଇତିହାସରେ ଲିପିବଦ୍ଧ ହେ।ଇ ରହିଛି ବେ।ଲି ସଂଘ କାଯର‌୍ୟାଳୟ ବିଶ୍ୱନାଥ ପଣ୍ଡିତ ଭବନ ଠାରେ ଅ।ୟେ।ଜିତ ୧୦୧ତମ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ବକ୍ତା ମତ ପ୍ରକାଶ କରିଛନ୍ତି । ହିନ୍ଦ ମଜଦୁର ସଂଘର ନେତା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବକ୍ତାମାନେ ପଣ୍ଡିତଙ୍କ ତ୍ୟାଗପୂତ ଜୀବନ, ଅ।ଦର୍ଶରେ ଅନୁପ୍ରାଣିତ ହେ।ଇ କାର୍ଯ୍ୟ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ବ୍ରହ୍ମପୁର ଶାଖାର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେ।ଇଥିଲା । ରାଜ୍ୟ ସଂଗଠନର ଉପସଭାପତି ସୁକାନ୍ତ ମୁଖି ନୂତନ କର୍ମକର୍ତ୍ତାଙ୍କ ଶପତ ପାଠ କରାଇଥିଲେ । ଅ।ଇନ ପରାମର୍ଶଦାତା ପ୍ରଦୀପ କୁମାର ବେହେରା, ଅନ୍ୟତମ ଉପଦେଷ୍ଟା ସଞ୍ଜିତ ପାଣିଗ୍ରାହୀ, ପୂର୍ବତନ ସମ୍ପାଦକ ଲାଲୁ ମେ।ହନ ବେହେରା ଉପସ୍ଥିତ ଥିଲେ । ନୂତନ କର୍ମକର୍ତ୍ତା ସାଧାରଣ ସମ୍ପାଦକ ଭାବେ ରାଜୁ ଚିନ୍ନା, ଯୁଗ୍ମ ସମ୍ପାଦକ ଭାବେ ରବି ନାରାୟଣ ବେହେରା, ପ୍ରକାଶ ଚନ୍ଦ୍ର ବେହେରା, ସଂଗଠନ ସମ୍ପାଦକ ଭାବେ ସନାତନ ନାୟକ, ଏନ. ନିରଞ୍ଜନ ଦାସ ଓ ରାଜଲକ୍ଷ୍ମୀ ସାହୁ, କାର୍ଯ୍ୟଳୟ ସମ୍ପାଦକ ଭାବେ ବି. ଚନ୍ଦ୍ରୁ ପାତ୍ର, କେ।ଷାଧ୍ୟକ୍ଷ ଭାବେ ସନିଅ। ନାୟକ ଓ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ତାରିଣୀ କହ୍ନେଇ, ବିଭୁତି ଭୂଷଣ ମିଶ୍ର, ଏମ. ଉଷାରାଣୀ, ଗୌରୀ ଘଡ଼େଇ, ହରିହର ଚିନ୍ନା, ଉମା ଚୌଧୁରୀ, ନିଳାଦ୍ରୀ ପାତ୍ର, ଅ ।ନନ୍ଦ ମିଶ୍ର, ଗୌରହରି ମହାପାତ୍ର, ରାମ ଗୌଡ଼, ସନାତନ ନାୟକ, ସିଏଚ୍ ସୁନୀଲ ପାତ୍ର, ନନ୍ଦିନୀ ସାମନ୍ତରା, ରମେଶ ରାଓ, ମୁରଲୀ ରାଜୁ, ବିଷ୍ଣୁ, ଘନଶ୍ୟାମ ସାହୁ, ପୂର୍ଣ୍ଣ ରେଡ଼ୀ, ଲକ୍ଷ୍ମୀ ପାତ୍ର, ମନେ ।ଜ ନାୟକ, ଜ୍ୟୋତ୍ସ୍ନା ତ୍ରିପାଠୀ ଓ ମଞ୍ଜୁ ନାୟକ ପ୍ରମୁଖ ଏହି ଅବସରରେ ଶପଥ ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ