ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ସମ୍ନାନିତ ହେଲେ ସାନ୍ଦାକ ଆନନ୍ଦ ରାଓ

ବ୍ରହ୍ମପୁର-(ଯୁଗାବ୍ଦନ୍ୟୁଜ)ଧାତବ କାଳା କୃତି ପ୍ରସ୍ତୁତ କରିଦେଶବିଦେଶରେ ସୁନାମ ଅର୍ଜନ କରିଥିବା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ ଶିଳ୍ପୀ ସାନ୍ଦାକ ଆନନ୍ଦ ରାଓଙ୍କୁ ଆନ୍ତର୍ଜାତୀୟ ସଂସ୍ଥା ୱାଣ୍ଡେର ବୁକ୍ ଅଫ୍ ରେକର୍ଡସ ତରଫରୁ ସମ୍ମାନିତ ହେବାସହ ବ୍ରହ୍ମପୁର ଗୌରବ ବଢାଇଛନ୍ତି । ପିତଳରେ ଅନେକ ଗୁଡିଏ କଳାକୃତି ତିଆରି କରିଛନ୍ତି ଯଥା,ପଶୁପକ୍ଷୀ,ବୃକ୍ଷଲତା,ଯାନବାହ ଆଦିର ସୁକ୍ଷ୍‌ମ କୃତି ନିର୍ମାଣ କରି ଅନେକ ସଂସ୍ଥା ତରଫରୁ ସମ୍ମାନିତ ହୋଇଛନ୍ତି ।ଶୁକ୍ରବାର ୱାଣ୍ଡେର ବୁକ୍ ଅଫ୍ ରେକର୍ଡସ ସଂସ୍ଥା ପକ୍ଷରୁ ଶିଳ୍ପୀ ସାନ୍ଦାକ ଆନନ୍ଦ ରାଓଙ୍କୁ ପ୍ରେରିତ ପ୍ରମାଣପତ୍ର,ସମ୍ବର୍ଦ୍ଧନାପତ୍ର, ମୋମେଣ୍ଟୋ ଆଦି ପ୍ରମାଣ ପତ୍ର ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବ
ର୍ତ୍ତ ସିଂ ରାଠୋର ଙ୍କ ଠାରୁ ଗ୍ରହଣ କରିଛନ୍ତି । ଏହି ସମ୍ବର୍ଦ୍ଧନା ଉତ୍ସବରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସଭାପତି ସୁବାସ ଚନ୍ଦ୍ର ସାହୁ,ସଂପାଦକ ସିବାସ ଚନ୍ଦ୍ର ସାହୁ(ରେଶନ) ଙ୍କ ସମେତ ଏସ୍ ବିଭୁ ପ୍ରସାଦ,ପି.ରାମ କ୍ରିଣ୍ଣା,ଏ. ପ୍ରସାଦ ରାଓ,ନୀଳମାଧବ ଜେନା, ବଳଦେବ ସାହୁ,ରାମ ଚନ୍ଦ୍ର ସାହୁ ଙ୍କ ସମେତ ସଂଘର ବହୁ କର୍ମକତ୍ତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମହାନଗର ନିଗମର କମିଶନର ଶ୍ରୀ ରାଠୋର ପ୍ରତିଭାବନ୍ କଳାକାରମାନେ ଯଥାର୍ଥ ସମ୍ମାନ ପାଇବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ