ରାସ୍ତା ନଥିବା ଗ୍ରାମ ‘ଗିର୍ଥୁନ’

ସଡ଼କ ହିଁ ଗାଁକୁ ବାଟ କଢ଼ାଇ ନେଇଥାଏ । ହେଲେ ନେଦରଲ୍ୟାଣ୍ଡ ଅନ୍ତର୍ଗତ ଗିର୍ଥୁନରେ କିନ୍ତୁ ଆଦୌ ସଡ଼କ ନାହିଁ । ଗାଁର ଳୋକମାନେ ସଡ଼କ ତିଆରି କରିନାହାନ୍ତି କି କରିବାକୁ ମଧ୍ୟ ଦେଉନାହାନ୍ତି । ସଡ଼କର ବିକଳ୍ପ ଭାବେ ଗ୍ରାମ ମଧ୍ୟରେ ନାଳର ବ୍ୟବସ୍ଥା ରହିଛି । ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ନାଳର ଲମ୍ବ ପ୍ରାୟ ଚାରି ମାଇଲ । ନାଳରେ କ୍ଷୁଦ୍ର ଢ଼ଙ୍ଗରେ ହିଁ ସମସ୍ତ ପ୍ରକାର ପରିବହନ ସମ୍ପନ୍ନ ହୁଏ । ଡଙ୍ଗାଗୁଡ଼ିକ ଆହୁଲା ଚାଳିତ । କୌଣସିଟିରେ ମୋଟର ଇଞ୍ଜିନ ନାହିଁ । ତେଣୁ ପ୍ରଦୂଷଣ ହୁଏ ନାହିଁ । ଗିଥୁର୍ନକୁ “ନେଦରଲ୍ୟାଣ୍ଡର ଭେନିସ” କୁହାଯାଏ । ସେଠାକାର ପରିବେଶ ଶାନ୍ତ ଓ ପ୍ରଦୂଷଣ ମୁକ୍ତ । ବାସିନ୍ଦାଙ୍କ ସଂଖ୍ୟା ମାତ୍ର ୨୬୦୦ । ସମସ୍ତେ ଡଙ୍ଗା ଓ ୧୮୦ଟି କାଠ ପୋଲ ଉପରେ ନିର୍ଭରଶୀଳ । ଗିଥୁର୍ନକୁ ନିୟମିତ ପର୍ଯ୍ୟଟକ ଆସୁଛନ୍ତି । ଗ୍ରାମ ବାହାରେ ମୋଟର ଗାଡ଼ି ରଖି ଡଙ୍ଗାରେ ବସି ଆସିବାକୁ ହୁଏ । ପର୍ଯ୍ୟଟକଙ୍କ ସୁବିଧା ପ୍ରତି ସେଠାରେ ବିଶେଷ ଧ୍ୟାନ ଦିଆଯାଏ । ଏହି ସଡ଼କବିହୀନ ଗାଁକୁ ଦେଖିବା ପାଇଁ ପର୍ଯ୍ୟଟକମାନେ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ