ଗଜପତିରେ ଜନ୍ମଗତ ପାଦ ବିକୃତି ଚିହ୍ନଟ ଓ ଅସ୍ତ୍ରୋପଚାର ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲା ସ୍ତରୀୟ ଜନ୍ମଗତ ପାଦ ବିକୃତି ଚିହ୍ନଟିକରଣ ଓ ଅସ୍ତ୍ରୋପଚାର ଶିବିର-୨୦୨୦ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି ଶିବିର ଆସନ୍ତା ୩ ଦିନ ଧରି ଚାଲିବ ବୋଲି ଜଣାପଡିଛି । ଗଜପତି ଜିଲା ପ୍ରଶାସନ, ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲା ରଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମିଳିତ ଆନୁକୁଲୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କଟକ ଜିଲାର ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା (ଏସ୍‌ଭି.ନିରତାର) ବୈଷୟିକ ସହାୟତାରେ ଏହି ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯୟକ୍ରମକୁ ଜିଲାପାଳ ଅନୁପମ ସାହା ଉଦ୍‌ଘାଟନ କରି ପୁର୍ବରୁ ଜନ୍ମଗତ ପାଦ ବିକୃତି ଥିବା ଛୋଟ ପିଲା ଶୁନ ଠାରୁ ୧୪ ବର୍ଷ ବୟସ ପିଲାମାନଙ୍କୁ ରଷ୍ଟ୍ରୀୟ ବଲସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଭ୍ରାମ୍ୟମାଣ ଦଳ ଦ୍ୱରା ଅଙ୍ଗନବାଡି ଓ ଆଶାକର୍ମୀ ମାନଙ୍କ ସହେଯାଗରେ ୩୪ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଅସ୍ତ୍ରୋପଚାର ମାଧ୍ୟମରେ ରହିଥିବା ଜନ୍ମଗତ ପାଦ ବିକୃତି ସବୁ ଠିକ କରାଯିବ । ଏଥିପାଇଁ କଟକ ଜିଲାର ଓଲଟପୁର ସ୍ଥିତ ଏସ୍‌ଭି. ନିରତାର ସଂସ୍ଥାର ବିଶେଷଜ୍ଞ ତଥା କୁଶଳୀ ଡାକ୍ତର ଦଳ ଆସିଛନ୍ତି । ବର୍ତ୍ତମାନ ଅସ୍ତ୍ରୋପଚାର କାର୍ଯ୍ୟକ୍ରମ ଚାଲିଛି । ଅସ୍ତ୍ରୋପଚାର ପରେ ଡାକ୍ତରୀ ଦଳ ପରାମର୍ଶଦେବା ପ୍ରକାରେ ସମ୍ପୃକ୍ତ ପିଲାମାନଙ୍କୁ ଆବଶ୍ୟକ ସୁବିଧା ଜିଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କହିଥିଲେ । ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ.ଗୁନୁରାଣୀ ପଟ୍ଟନାୟକ ଯୋଗଦେଇ ଏହି ଅସ୍ତ୍ରୋପଚାର ଶିବିରରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୁଚନା ଦେଇ ଏହି ଅସ୍ତ୍ରୋପଚାର ଶିବିର କାର୍ଯୟକ୍ରମରେ ଗଜପତି ଜିଲା ସମେତ ପଡୋଶୀ ଆନ୍ଧ୍ର, ଗଞ୍ଜାମ ଓ ରାୟଗଡା ଜିଲାର ଛୋଟ ପିଲାମାନେ ମଧ୍ୟ ଆସିଛନ୍ତି । ସେମାନଙ୍କୁ ଅସ୍ତ୍ରୋପଚାର ପାଇଁ ସମସ୍ତ ପ୍ରକାର ସୁବିଧା ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ପ୍ରଦୀପ କୁମାର ପାତ୍ର, ଡିପିଏମ ସୌମ୍ୟାରାଣୀ ଗୌଡ, ଡିଆଇପିଆର୍‌ଓ ରବି ଚନ୍ଦ୍ର ନାୟକ, ରଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମ୍ୟାନେଜର ସାଇ ପ୍ରସାଦ ଦାସ, ଜଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତୀକରଣ ଅଧିକାରୀ ରବିନ୍ଦ୍ର ନାଥ ବେହେରା ଓ ସଂଯୋଜିକା ଶିବାନୀ ପାଣିଗ୍ରାହୀ, ଅସ୍ଥିଶଲ୍ୟ ବିଭାଗ ବିଶେଷଜ୍ଞ ଡାକ୍ତର ଶାନ୍ତନୁ ପାଢୀ ଏବଂ ଡିଏମ୍‌ଓ-ଡିଏଚଏଚ ଡାକ୍ତର ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପିଲାମାନଙ୍କ ଜନ୍ମଗତ ପାଦ ବିକୃତିର ସଫଳ ଅସ୍ତ୍ରୋପଚାର ପରେ ସେମାନଙ୍କ ପାଦଅନୁସାରେ ଜୋତା, ଏସ୍‌ଭିନିରତାର ସଂସ୍ଥା ମାଧ୍ୟମରେ ଏବଂ ଜଲା ସଅଳ ଚିକିତ୍ସା ଓ ପରୀକ୍ଷା କେନ୍ଦ୍ର ଜରିଆରେ ଫିଜିଓଥିଓରଫି ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । ଯାହାଫଳରେ ସମ୍ପୃକ୍ତ ଛୋଟପିଲାମାନେ ଭବିଷ୍ୟତରେ ସେମାନେ ନିଜ ଗୋଡରେ ଛିଡା ହୋଇପାରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ବୋଲି କୁହାଯାଇଛି । ଏହି ୩ଦିନିଆ ଜନ୍ମଗତ ପାଦବିକୃତି ଅସ୍ତ୍ରପ୍ରଚାର ଶିବିର କାର୍ଯ୍ୟକ୍ରମରେ କଟକ ଜିଲା ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା (ଏସ୍‌ଭି.ନିରତାର) ପକ୍ଷରୁ ସଂସ୍ଥାର ବିଶେଷଜ୍ଞ ଡାକ୍ତର ନିବେଦିତା ଦାସଙ୍କ ନେତୃତ୍ୱରେ କେ.ଏସ୍‌.ରାଓ, ଡାକ୍ତର ଜିତେନ୍ଦ୍ର ଷଢଙ୍ଗୀ, ଡାକ୍ତର ସୁଧାକର ପ୍ରଧାନଙ୍କ ସମେତ ସହଯୋଗପାଇଁ ସିଷ୍ଟର ହେମନ୍ତମଞ୍ଜରୀଦେଇ, ବେଣୁଲତା ବେହେରା ଓ ରମେଶ ପ୍ରମୁଖ ଆସି ଅସ୍ତ୍ରପ୍ରଚାର କା ର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି । ଅନ୍ୟପକ୍ଷରେ ଆଜି ଦିନ ତମାମ ମଧ୍ୟରେ ମୋଟ ପ୍ରାୟ ୨୫ଜଣ ଛୋଟ ପିଲାଙ୍କ ଜନ୍ମଗତ ପାଦବିକୃତିର ଅସ୍ତ୍ରପ୍ରଚାର କାର୍ଯ୍ୟ ସମ୍ପର୍ଣ୍ଣ ହେବ ବୋଲି ଏସ୍‌.ବି.ନିରତାର ସଂସ୍ଥାର ବିଶେଷଜ୍ଞ ଡାକ୍ତର ନିବେଦିତା ଦାସ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ