ଖୋଲିନି ମଣ୍ଡି, ଧାନ ବିକି ପାରୁନାହାନ୍ତି ଚାଷୀ

ବନ୍ତ,(ଯୁଗାବ୍ଦନ୍ୟୁଜ) : ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ, ବନ୍ତ ଶାଖା ଅଧିନ ଚାଇଁପୁର ସେବା ସମବାୟ ସମିତିରେ ମଣ୍ଡି ଖୋଲି ନଥିବାରୁ ଚାଷୀ ମାନେ ଧାନ ବିକ୍ରୟ କରିବାରୁ ବଞ୍ଚିତ ହୋଇଛନ୍ତି । ପ୍ରକାଶ ଯେ, ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉଦ୍ଦେଶ୍ୟରେ ନାନାଦି ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଚାଷୀ ମାନେ ଉଚିତ୍ ମୂଲ୍ୟରେ ଧାନ ବିକ୍ରୟ କରିବା ପାଇଁ ବିଧିବଦ୍ଧ ବ୍ୟବସ୍ଥା କରିଛନ୍ତି । ବିଭିନ୍ନ ବ୍ଲକରେ ସେବା ସମବାୟ ସମିତି ଓ ମହିଳା ମହାସଂଘ ମାନଙ୍କୁ ଧାନ କିଣିବାର ଦାୟୀତ୍ୱ ପ୍ରଦାନ କରାଯାଇଛି । ଏପରିସ୍ଥଳେ ଚଳିତ ବର୍ଷ ବନ୍ତ ବ୍ଲକରେ ୧୦ଟି ସେବା ସମବାୟ ସମିତି ଓ ୪ଟି ପଞ୍ଚାୟତ ମହିଳା ମହାସଂଘଙ୍କୁ ଧାନ କିଣିବା ନେଇ ଦାୟୀତ୍ୱ ଦିଆଯାଇଛି । ବିଭିନ୍ନ ସ୍ଥାନରେ ଗତ କିଛି ଦିନ ହେବ ମଣ୍ଡି ଖୋଲା ଯାଇ ଧାନ କିଣା ଆରମ୍ଭ ହୋଇଥିଲେ ମଧ୍ୟ ଚାଇଁପୁର ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲା ଯାଇ ନାହିଁ । ଫଳରେ ଚାଷୀ ମାନେ ଧାନ ବିକି ନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଉକ୍ତ ସମିତିରେ ସମ୍ପାଦକଙ୍କୁ ନେଇ କୋର୍ଟରେ ମାମଲା ଚାଲୁଥିବା କାରଣରୁ ଧାନ କିଣାରେ ବିଳମ୍ବ ହେଉଥିବା ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରା କହିଛନ୍ତି । ତେବେ ଏସମ୍ପର୍କରେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ