ବୁଗୁଡା ଶିଶୁ ମନ୍ଦିରର ୨୨ତମ ବାର୍ଷିକ ଉତ୍ସବ
ବୁଗୁଡା – ବୁଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ବାବିଂଶତମ ବାର୍ଷିକ ଉତ୍ସବ ଶନିବାର ଦିନ ଅନୁଷ୍ଟିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ କାଶୀନାଥ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ , ମୁଖ୍ୟ ବକ୍ତା ଭାବେ ବିଡ଼ିଓ ତନ୍ମୟ ପାତ୍ର, ଏବଂ ସମ୍ମାନୀତ ଅତିଥି ଭାବେ ତହସିଲଦାର ସଂଗ୍ରାମ କେଶରୀ ଜେନା ଙ୍କ ସମେତ ଗୋଷ୍ଟି ଶିକ୍ଷା ଅଧିକାରୀ ରସାନନ୍ଦ କର ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ଓ ଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ଛାତ୍ର ମାନସ ରଞ୍ଜନ ହୋତାଙ୍କ ଗୀତ ସମସ୍ତଙ୍କ ମନକୁ ଛୁଇଁଥିଲା ବିଧାୟକ ଶ୍ରୀ ସାହୁ ମାନସଙ୍କୁ ଏକ ହଜାର ଟଙ୍କା ପୁରସ୍କାର ଦେଇଥିଲେ। ଏହି ଅବସରରେ ଦଶମ ବୋର୍ଡ ପରୀକ୍ଷାରେ ବ୍ଲକ ଟପର ହୋଇଥିବା ଏହି ଶିକ୍ଷାନୁଷ୍ଟାନର ଛାତ୍ର ମୟଙ୍କ ଦାଶଙ୍କୁ ସମ୍ମାନୀତ କରାଯାଇଥିଲା। ଶିକ୍ଷାନୁଷ୍ଠାନର ପ୍ରଧାନ ଆଚାର୍ୟ୍ୟ ମାଧବ ଶତପଥୀ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସମ୍ପାଦକ ଆଦିତ୍ୟ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ ଓ ଉପଦେଷ୍ଟା ଜୟନ୍ତ କୁମାର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।