ଅଙ୍ଗନୱାଡ଼ି ଶିଶୁଙ୍କୁ ପୋଷାକ ବଂଟନ

ହିଞ୍ଜିଳିକାଟୁ, (ଯୁଗାବ୍ଦନ୍ୟୁଜ, ଶେଷଦେବ ସାହୁ) : ହିଂଜିଳିକାଟୁ ବ୍ଳକ ପୋଚିଲିମା ସ୍ଥିତ ବହୁମୂଖୀ ଗୋଷ୍ଠୀକେନ୍ଦ୍ର ପରିସରରେ ସୋମବାର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲା ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଅତିରିକ୍ତ ତହସିଲଦାର ସୁନିଲ ପ୍ରଧାନ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସରଂପଚ ଭାଣ୍ଡି ରବିନ୍ଦ୍ର ଯୋଗ ଦେଇଥିଲେ । ଏହି ଅବସରରେ ଅଧ୍ୟୟନରତ ୭୨ ଜଣ ଅଙ୍ଗନୱାଡ଼ି ଶିଶୁଙ୍କୁ ଅତିଥି ମାନଙ୍କ ଦ୍ୱାରା ପୋଷାକ ବଂଟନ କରାଯାଇଥିଲା । ପରେ ଅତିଥି ବୃନ୍ଦ ମିଷ୍ଠାନ ବଂଟନ କରି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସିଂବାହୀନି ଟେଇଲରିଂ ୟୁନିଟର ସଦସ୍ୟା, ବ୍ଳକ ପ୍ରକଳ୍ପ ସଂଯୋଜିକା ନଳିନି ସିଂ, ସୁପରଭାଇଜର ବନଜା ବେହେରା, ଇ, ପୂର୍ଣ୍ଣିମା, ସାଗରିକା ଦାସ, କେ. ସୁମିତ୍ରା, ଡ଼ି, ସାୟମ୍ମା, ନମିତା ଦାସ, ଦମୟନ୍ତି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ