ଶୀତଋତୁରେ ଲୋକେ ବେଶି ହାଇମାରନ୍ତି

ଓ୍ୱାଶିଂଟନ୍ : ଗ୍ରୀଷ୍ମ ଋତୁ ତୁଳନାରେ ଶୀତ ଦିନରେ ଲୋକେ ବେଶି ହାଇ ମାରନ୍ତି । ମସ୍ତିଷ୍କର ତାପମାତ୍ରା ନିୟନ୍ତ୍ରଣ କରିବା ଲାଗି ଏଭଳି ଘଟିଥାଏ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି । ଏ ନେଇ ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟଠାରେ ଗବେଷକ ଆଣ୍ଡ୍ୟୁ ଗାଲପଙ୍କ ନେତୃତ୍ୱରେ ଏକ ଗବେଷଣା କରାଯାଇଥିଲା । ଋତୁ ଅନୁଯାୟୀ ହାଇ ମାରିବାର ବାରମ୍ବାରତା ମଧ୍ୟରେ ତାରତମ୍ୟ ରହିଥିବା ଏହି ଗବେଷଣାରୁ ଜଣାପଡିଛି । ଗ୍ରୀଷ୍ମ ଏବଂ ଶୀତ ଋତୁରେ ଲୋକ କେତେ ଥର ହାଇ ମାରୁଛନ୍ତି ତାହା ଗାଲପ୍ ଏବଂ ତାଙ୍କ ସହଯୋଗୀ ଓମାର ଏଲ୍ଡାକର ରେକର୍ଡ କରିଥିଲେ । ଶରୀରର ତାପମାତ୍ରା ବଢ଼ିଗଲେ ମସ୍ତିଷ୍କ ଅସ୍ବସ୍ତି ବୋଧ କରେ । ଏଣୁ ମସ୍ତିଷ୍କକୁ ଥଣ୍ଡା ରଖିବା ଲାଗି ଶରୀର କିଛି ତାପମାତ୍ରା ବାୟୁମଣ୍ଡଳକୁ ଛାଡିଦିଏ । ଯାହାକୁ ଥର୍ମୋ ରେଗୁଲେଟୋରୀ ଥିଓରି କୁହାଯାଏ। ହାଇ ମାରିବା ପୂର୍ବରୁ ପ୍ରଶ୍ୱାସ ଦ୍ୱାରା ଆମେ ବାୟୁ ଗ୍ରହଣ କରୁ ଓ ତାହାକୁ ପାଟି ବାଟେ ବାହାର କରି ଦେଉ, ଯଦ୍ୱାରା ମସ୍ତିଷ୍କର ତାପମାତ୍ରା ନିୟନ୍ତ୍ରଣାଧୀନ ରୁହେ ବୋଲି ଉଭୟ ବୈଜ୍ଞାନିକ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ