ସମସ୍ତଙ୍କ ଖୁସି ମନାଇଲେ ଖୁସି
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ବିଣାପାଣି କଳାନିକେତନ ନୃତ୍ୟାନୁଷ୍ଠାନର କୁନି ନୃତ୍ୟ ଶିଳ୍ପୀ ‘ଖୁସି’ ଓରଫ ଆବର୍ତ୍ତିକା ଦେହୁରୀ ନୃତ୍ୟଗୁରୁ ଜିତୁଦାଶଙ୍କ ନିର୍ଦ୍ଦେଶନାରେ ନିକଟରେ ଅନୁଷ୍ଠିତ ଏକ ଟିଭି ସୋ ଗାଁ ଆଖଡାରେ ନୃତ୍ୟାଭିନୟ ପ୍ରଦର୍ଶନ କରି ଦ୍ୱିତୀୟ ସେପାନରେ ପହଞ୍ଚିଛନ୍ତି । ବୟସ ମାତ୍ର ୬ବର୍ଷ, ଏହି ବୟସରେ ସେ ଦିଲ୍ଲୀ, ମୁମ୍ବାଇରେ ନିଜର କଳାପ୍ରତିଭାକୁ ପ୍ରଦର୍ଶନ କରି ହଜାର ହଜାର ଦର୍ଶକଙ୍କ ମନକୁ ଛୁଇଁ ପାରିଛନ୍ତି । ହାଟଡିହି ବ୍ଲକ ଢ଼େଙ୍କା ଗ୍ରାମର ବାପା କମଳାକାନ୍ତ ଦେହୁରୀ , ମାତା ଅନୀତା ଦେହୁରୀ ଓ ଅଜା ନୃସିହଂ ଦେହୁରୀଙ୍କ ନାତୁଣୀ ଖୁସି ବହୁ କମ ବୟସରେ ଓଡିଶୀ,ସମ୍ବଲପୁରୀ, ମଡନଡ୍ୟାନସରେ ଅତି ଚମତ୍କାର ନୃତ୍ୟ କରି ଦର୍ଶକଙ୍କୁ ବିମୋହିତ କରିପାରିଛନ୍ତି । ସେ ବଭିନ୍ନ ମହୋତ୍ସବ, ତରଙ୍ଗ ଦୁରଦର୍ଶନ ପ୍ରଭୃତି ଚ୍ୟାନଲ ମାନଙ୍କରେ ମଧ୍ୟ ନିଜର ପ୍ରତିଭା ପ୍ରଦଶନ କରି ପ୍ରୀୟଭାଜନ ହୋଇପାରିଛନ୍ତି । ଢ଼େଙ୍କା ଗ୍ରାମବାସୀମାନେ ଏହି ଶିଶୁ ନୃତ୍ୟଶିଳ୍ପୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।


