ଛତ୍ରପୁର ଠାରେ ଗଂଜାମ ଜିଲ୍ଲା କୃଷିଗ୍ରାମ-୨୦୨୦ ଉଦଘାଟିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲାରେ କୃଷକ ମାନଙ୍କ ବିକାଶ ନିମନ୍ତେ ଚାଷକୁ ଅଧିକ ଯାନ୍ତ୍ରୀକ ମାଧ୍ୟମରେ କରିବାପାଇଁ ଏବଂ ଉତ୍ପାଦନହାରକୁ ବଢାଇବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଂଜାମଜିଲ୍ଲା ପ୍ରଶାସନ, କୃଷି ଓ ଆନୁସଙ୍ଗିକ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡ଼ିୟମ ଠାରେ ତିନିଦିନିଆ ଗଂଜାମ ଜିଲ୍ଲା କୃଷିଗ୍ରାମ -୨୦୨୦ ଉଦଘାଟିତ ହୋଇଯାଇଛି । ଆଜି ଉଦଘାଟନୀ ଉତ୍ସବରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୋପାଳପୁର ବିଧାୟକ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ , ଗଂଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଡିଆରଡିଏ ପିଡି ଇଂ.ସିଦ୍ଧର୍ଥ ଶଙ୍କର ସ୍ୱାଇଁ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ, ଡେପୁଟ କଲେକ୍ଟର (ନିର୍ବାଚନ) ବିଜୟାନନ୍ଦ ସେଠୀ, ତହସିଲଦାର ନୀଳମାଧବ ଭୋଇଙ୍କ ସମେତ ବହୁ ଅଧିକାରୀମାନେ ଯୋଗଦେଇ କୃଷିଗ୍ରାମ -୨୦୨୦ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ଏହି ପ୍ରଦର୍ଶନୀରେ କୃଷି, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ପଶୁ ସମ୍ପଦ, ମତ୍ସ୍ୟବିଭାଗ ଆନୁକୂଲ୍ୟରେ ଏହି ପ୍ରଦର୍ଶନୀ କରାଯାଇଛି । ସରକାରୀ ଓ ବେସରକାରୀ ଭାବରେ ୬୫ଟି ଷ୍ଟଲ ଖୋଲାଯାଇଛି । ବିଭିନ୍ନ କମ୍ପାନୀର ଟ୍ରାକ୍ଟର, ପାୱାର ଟିଲର, ପାଣିପମ୍ପ, ସୌର ଜଳନିଧି ଯୋଜନା. ବୁନ୍ଦାଜଳସେଚନ ବ୍ୟବସ୍ଥା, ବୀହନ ବୁଣା ଯନ୍ତ୍ର, କୀଟନାଶକ ଔଷଧ ସ୍ପେୟାର, ଗୋପାଳନ, ଛେଳିପାଳନ, କୁକୁଡା ପାଳନ, ମତ୍ସ୍ୟ ପାଳନ ଏବଂ ଫୁଲ ଚାଷ ପ୍ରଭୃତି ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ ହୋଇଛି । ଏସବୁ କିପରି ସରକାରୀ ରିହାତି ଦରରେ ଚାଷୀ ମାନଙ୍କୁ ପ୍ରଦାନ କାରଯାଇପାରିବ ତାହା କୃଷକ ମାନଙ୍କୁ ଅବଗତ କରାଯାଉଛି । ଗଂଜାମର ଜଳବାୟୁ ଫୁଲଚାଷ ପ୍ରତି ବେଶ ଅନୁକୂଳ ଥିବାରୁ ଫୁଲଚାଷ ଅଧିକ ବ୍ୟାପକ କରିବାପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି । ଏଥିରେ ଜିଲ୍ଲାର ବହୁ ପରିମାଣରେ କୃଷକ ମାନେ ଯୋଗ ଦେଇ ଉପଭୋଗ କରିଛନ୍ତି । ଏହାସହ ତାରା ଯୋଜନା ସଂପର୍କିତ ସଚେତନତା ଷ୍ଟଲ ଖୋଲାଯାଇଛି । ଏହା ଆସନ୍ତା ୯ତାରିଖରେ ଉଦଯାପିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ