ଗ୍ରାମସଭାର ପ୍ରଥମ ବାର୍ଷିକ ଦିବସ ପାଳିତ
ଗ୍ରାମସଭାର ପ୍ରଥମ ବାର୍ଷିକ ଦିବସ ପାଳିତମୟୂରଭଂଜ,(ଯୁଗାବ୍ଦ ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟି ଗ୍ରାମ ପଂଚାୟତରେ ଜଜଗୋଡା ଓ ଚାତ୍ରୀ ଗ୍ରାମରେ ଗଠନ ହୋଇଥିବା ପେଷ୍ାଗ୍ରାମ ସମିତିର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଜଗୋଡା ଓ ପେଷା ଗ୍ରାମର ସଂପାଦକ ଭୁଲାମୁର୍ମୁ , ସାଲୁଇ ହାଁସଦା, ଚାମୁ ବାସ୍କେ, ଜିତନ ମୁର୍ମୁଙ୍କ ସମେତ ସୁରଦାପେଶା ଗ୍ରାମର ସଭାପତି ବାରିଆପାଳ ହାସଁଦା, କୋଷାଧ୍ୟକ୍ଷ ଚାନ୍ଦ୍ରାୟ ସୁରେନ୍, ସମେତ ବହୁ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ସୁଚନା ଅନୁସାରେ ଭାରତୀୟ ସଂମ୍ବିଧାନର ପେଶା ଆଇନ ୧୯୯୬ ଅନୁସାରେ ପେଶା ଗ୍ରାମରେ ଅନ୍ତଭୁକ୍ତ ଗ୍ରାମ ଗୁଡିକର ବିଶେଷ ଅଧିକାର ଏବଂ କ୍ଷମତା ବଳି ଉଲ୍ଲେଖିତ ଏକ ପଥରଶୀଳା କୁ ଗ୍ରାମ ସୀମାନ୍ତରେ ପ୍ରତିଷ୍ଠା କରିବା ସହ ଆଦିବାସୀ ପରମ୍ପରା ପୂଜା ପଦ୍ଧତିରେ ପୁଜା ପାଠ କରାଯାଇ ଶିଳାନ୍ୟାସ ସ୍ଥାପନା କରାଯାଇଥିଲା ।