ପତଞ୍ଜଳୀର ସ୍ଥାପନା ଦିବସ ସମାରୋହ
ବାଲେଶ୍ୱର,: ହରିଦ୍ୱାର ଦିବ୍ୟଯୋଗ ମନ୍ଦିର ଟ୍ରଷ୍ଟ ଓ ଭାରତ ସ୍ୱାଭିମାନ ଟ୍ରଷ୍ଟର ସ୍ଥାପନା ଦିବସକୁ ପତଞ୍ଜଳୀ ଯୋଦ ସମିତି ବାଲେଶ୍ୱର ଆନୁକୂଲ୍ୟରେ ମହାସମାରୋହରେ ପାଳନ କରାଯାଇଛି । ଏଥି ନିମନ୍ତେ ରାଜାବଗିଚା କାର୍ଯ୍ୟାଳୟରେ ଏକ ଯଜ୍ଞ ଆୟୋଜନ କରାଯାଇ ରାଷ୍ଟ୍ରପୁରୁଷଙ୍କୁ ଆହୁତି ପ୍ରଦାନ କରାଯାଇଥିଲା । ଭାରତ ସ୍ୱାଭିମାନ ଟ୍ରଷ୍ଟର ଜିଲ୍ଲା ପ୍ରଭାରୀ କରୁଣାକର ଶିଅଳ, ମହିଳା ପତଞ୍ଜଳୀ ଯୋଗ ସମିତିର ଯଶୋମଣି ଶିଅଳ, କିଷାନ ପ୍ରଭାରୀ – ଅକ୍ଷୟ କୁମାର ସାହୁ, ଯୁବାପ୍ରଭାରୀ – ମନୋଜ କୁମାର ଦେ, ଯୋଗ ପ୍ରଚାରକ ମୁକ୍ତିକାନ୍ତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସ୍ଥାପନା ଦିବସର ମହତ୍ୱ, ଉଦ୍ଦେଶ୍ୟ ସଂପର୍କରେ ତଥା ୨୫ ବର୍ଷର ରଜତ ଜୟନ୍ତୀ ପାଳନ, ପତଞ୍ଜଳୀର ସେବା ସାଧନା ଓ ସଂଘର୍ଷମୟ କାର୍ଯ୍ୟ କିପରି ସଫଳତା ସାରା ବିଶ୍ୱରେ ଆଣିପାରିଛି ସେ ସଂପର୍କରେ ସେମାନେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ତହସିଲମାନଙ୍କରୁ ବହୁ କାର୍ଯ୍ୟକର୍ତ୍ତା ଯୋଗ ପ୍ରେମୀ ଯୋଗ ଦେଇଥିଲେ । ଜିଲ୍ଲା ପ୍ରଭାରୀ ଆଗାମୀ ଦିନରେ ଜିଲ୍ଲାର ପ୍ରତି ଗ୍ରାମରେ ଯୋଗ ସମିତି ଗଠନ ସକାଶେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ । ଏହି ମହାସମାରୋହକୁ ଜିଲ୍ଲାର ଅଜୟ କୁମାର ଘୋଷ ଚୌଧୁରୀ, ମଧୁସୂଦନ ରାଉଳ, ଦିବାକର ମାଝୀ, ଦିଲ୍ଲୀପ ଦାସ, ହରିଶ ପଣ୍ଡା, ଗୋବର୍ଦ୍ଧନ ସାହୁ, ସରିତା ପାଣିଗ୍ରାହୀ, ମଞ୍ଜୁଲତା ପାଣିଗ୍ରାହୀ, ଚିତ୍ତରଞ୍ଜନ ପାତ୍ର, ଜ୍ୟୋସ୍ନାରାଣୀ ପାତ୍ର, ଜ୍ୟୋସ୍ନାରାଣୀ ସାହୁ ତଥା ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।