ରଙ୍ଗୀନ ପରଦାକୁ ଫେରିଲେ ଐଶ୍ୱର୍ୟ୍ୟା ରାୟ
ବଲିଉଡ୍ର ଅଭିନେତ୍ରୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କ ଫ୍ୟାନ୍ମାନଙ୍କ ପାଇଁ ଖୁସି ଖବର। ଦୀର୍ଘ ଦିନର ବିଶ୍ରାମ ପରେ ଐଶ୍ୱର୍ୟ୍ୟା ଏବେ ହଲିଉଡ୍ ଫିଲ୍ମରେ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି। ଖବର ମୁତାବକ, ଐଶ୍ୱର୍ୟ୍ୟାଙ୍କୁ ନିକଟରେ ଏକ ହଲିଉଡ୍ ଫିଲ୍ମର ଅଫର୍ ଆସିଛି। ଏହି ପ୍ରୋଜେକ୍ଟକୁ ସମ୍ଭାଳିବା ପାଇଁ ସେ ଏକ ଟିମ୍ ମଧ୍ୟ ହାୟର୍ କରିଛନ୍ତି। ହଲିଉଡ୍ରେ ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନ୍ଙ୍କ ଆସିବା ପୂର୍ବରୁ ଐଶ୍ୱର୍ୟ୍ୟା ଜଣେ ଜଣାଶୁଣା ଭାରତୀୟ ଚେହେରା ଥିଲେ। ଐଶ୍ୱର୍ୟ୍ୟା ଏବେ ଯାଏଁ ୫ଟି ହଲିଉଡ୍ ଫିଲ୍ମରେ କାମ କରିଛନ୍ତି।


