ଚାଷୀଙ୍କ ଅଭିନବ ଆନ୍ଦୋଳନ,ତହସିଲ ଅଫିସ ଆଗରେ ଧାନ ରଖି ଧାରଣା

କଳାହାଣ୍ଡି ,(ଯୁଗାବ୍ଦନ୍ୟୁଜ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କଲମପୁର ମଣ୍ଡିରେ ଟୋକନ ନ ମିଳିବାରୁ ପ୍ରାୟ ୪୮ ଜଣ ଚାଷୀ ଧାନ ବିକ୍ରି କରିନପାରି ଅସୁବିଧା ରେ ଦିନ କାଟୁଥିବା ବେଳେ ପେକ୍ସ କର୍ମଚାରୀ ମାନେ ମଧ୍ୟ କୌଣସି ସଠିକ ତଥ୍ୟ ଦେଉନଥିବା ରୁ ଶେଷରେ ଅନ୍ୟ ଉପାୟ ନପାଇ ଆଜି ଚାଷି ମାନେ ଏକତ୍ରିତ ହୋଇ ଧାନ ବସ୍ତା ରଖି ତହସିଲ ଅଫିସ ଆଗରେ ପ୍ରତିବାଦ କରିବା ସହ ତହସିଲ ଅଫିସ କୁ ତାଲା ମାରି ରଖିଛନ୍ତି, ଅନ୍ୟପଟେ ତହସିଲ ଅଫିସ ତଦନ୍ତ ରେ ଆସିଥିବା ଧର୍ମଗଡ ଉପ ଜିଲ୍ଲାପାଳ ପଦ୍ମନାଭ ବେହେରା ଆସିଥିବା ବେଳେ ତାଙ୍କ ଗାଡି ଆଗରେ ଚାଷୀ ମାନେ ଶୋଇ ପଡ଼ି ପ୍ରତିବାଦ କରିବା ଦେଖି ହଟହଟା ହେବାକୁ ପଡିଛି ଉପ ଜିଲ୍ଲାପାଳ ଙ୍କୁ ଶେଷରେ ଚାଲି ଚାଲି ବ୍ଲକ କୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଚାଷୀ ମାନେ ଅଟକ ରଖିଥିବା ଦେଖିବାକୁ ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ