ନିର୍ବାଚନରେ ପ୍ଲାଷ୍ଟିକ ବ୍ୟାନ ପାଇଁ ନୋଟିସ

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାରରେ ପ୍ଲାଷ୍ଟିକ ଦ୍ରବ୍ୟ ବ୍ୟାନ ନେଇ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ନିର୍ବାଚନ କମିଶନ, କେନ୍ଦ୍ର ସରକାର ଓ ଅନ୍ୟ ପକ୍ଷଙ୍କୁ ସୁପ୍ରିମକୋର୍ଟ ଏହି ନୋଟିସ ଜାରି କରିଛନ୍ତି । ଏନେଇ ଜବାବ ରଖିବାକୁ ସବୁ ପକ୍ଷଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି । ନିର୍ବାଚନରେ ପ୍ଲାଷ୍ଟିକ ବ୍ୟାନ ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ପ୍ରକାଶ ଯେ, ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ପକ୍ଷରୁ ଦଳୀୟ ପତକା ଓ ହୋଡିଂ ବ୍ୟବହାର କରିଥାନ୍ତି । ଅଧିକାଂଶ ଦଳୀୟ ପତାକା ପ୍ଲାଷ୍ଟିକରେ ତିଆରି ହୋଇଥାଏ । ନିର୍ବାଚନ ଶେଷ ପରେ ସେଗୁଡ଼ିକ ଏଣେତେଣେ ଫିଙ୍ଗି ଦିଆଯାଉଥିବାର ନଜିର ମଧ୍ୟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ