ଚାନ୍ଦିପୁର ଠାରେ ବିଜେପିର ମିଶ୍ରଣ ପର୍ବ

ବାଲେଶ୍ୱର,(ଯୁଗାଦ୍ଧ ନିଜ୍ୟୁ) ସଦର ବ୍ଲକ ଅନ୍ତର୍ଗତ ଚାନ୍ଦିପୁର ପଞ୍ଚାୟତ ଠାରେ ସଦର ବିଜେପି ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ସଭାପତି ମଦନ ମୋହନ ଦତ୍ତଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି । ଏହି ମିଶ୍ରଣ ପର୍ବରେ ବିଜେଡି ଏବଂ କଂଗ୍ରେସ ଦଳର ଶତାଧିକ କର୍ମୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ବିଜେଡିର ଅତ୍ୟାଚାରରେ ଅତିଷ୍ଠ ହୋଇ ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଜନ ହିତକାରୀ ଯୋଜନା ଓ ଆର୍ଦଶକୁ ସ୍ୱୀକାର କରି ତଥା ସ୍ଥାନୀୟ ନେତା ଜିଲ୍ଲା ସଭାପତି ମଙ୍ଗୁଭାଇଙ୍କ କାର୍ଯ୍ୟ ଦକ୍ଷତା ଓ ନେତୃତ୍ୱ ଉପରେ ଭରଷା ରଖି ଚାନ୍ଦିପୁର ପଞ୍ଚାୟତର ଦୀପକ ସାମନ୍ତରାୟ, ସେଖ କରିମୁଲ୍ଲା, ସେଖ ମୁଜାଫର, ସେଖ ଫୁଲସାନ, ସେଖ ବବଲୁ, ସେଖ ଜାହିଦ, ସେଖ ସମୀର, ଜିତେନ୍ଦ୍ର ଜେନା ଆଦି ବହୁ ସଂଖ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି । ସମସ୍ତଙ୍କ ଯୋଗଦାନ ଦଳକୁ ଆଗାମୀ ନିର୍ବାଚନରେ ଶକ୍ତିଶାଳୀ କରିବା ସହିତ ମିଶନ ୧୨୦+ କୁ ସଶକ୍ତ କରିବ ବୋଲି ସଦର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଦତ୍ତ ମତ ରଖିଛନ୍ତି । ବିଜେଡିର ତୃଣମୂଳ ସ୍ତରର ଗ୍ରାମୀଣ ନେତା ମାନଙ୍କ ବିଜେଡି ଦଳ ଛାଡିବା ଏହାହି ସୂଚାଉଛି ଯେ ଗ୍ରାମୀଣ ଲୋକମାନେ ବିଜେଡି ସରକାର ଠୁ ମୁହମୋଡିବା ଆରମ୍ଭ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ଉପ ସଭାପତି ପର୍ଶୁରାମ ବେହେରା, ପଞ୍ଚାୟତ ସଭାପତି ବାବୁଲା ଗିରି, ଶମ୍ଭୁନାଥ, ଜିଲ୍ଲା ମିଡିଆ ସଂଯୋଜକ ଗୌରାଙ୍ଗ ଦାସ, ଗୟାଧର ବେହେରା, ସୁଦାମ ବେହେରା, ଅମିତ ମାଇତି, ବାବୁଲା ଦାସ, ଦେବଦତ୍ତ ମଣ୍ଡଳ, ସେଖ ସଦାମ ସାର, ସେଖ ନସିମ ଅଲ୍ଲୀ, ସେଖ କାସିମ, ଅମର ପାଲ, ସୁରେଶ ମାଝୀ, ବାପି ମାଇତି ସମେତ ସମସ୍ତ ପଞ୍ଚାୟତର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ