ଜୀବନ ନେଇଯାଇପାରେ ନିଦ ବଟିକା

ଉତ୍ତମ ନିଦ ହେବା ପାଇଁ ଆଜିକାଲି କିଛି ଲୋକ ନିଦ ବଟିକା ଖାଉଛନ୍ତି। ତେବେ ଆପଣ ନିଦ ବଟିକା ମନଇଚ୍ଛା ଖାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଏହି ଔଷଧ ଶାନ୍ତିରେ ଶୋଇବାକୁ ଦେଇଥାଏ ସତ, ମାତ୍ର ଏହାକୁ ଅଭ୍ୟାସରେ ପକାଇବା ଦ୍ବାରା ଏହା ମୃତ୍ୟୁର କାରଣ ମଧ୍ୟ ପାଲଟିପାରେ। ଜାଣନ୍ତୁ ନିଦ ଔଷଧ ଖାଇବା ଦ୍ବାରା କ’ଣ କ’ଣ ରୋଗ ହୋଇପାରେ।
ଗର୍ଭବତୀ ମହିଳାମାନେ ନିଦ ଔଷଧ ଖାଇବା ଉଚିତ ନୁହେଁ। ଗର୍ଭବତୀ ଥିବା ସମୟରେ ନିଦ ନ ହେଲେ, କେବଳ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ। ଡାକ୍ତର କହିଥାନ୍ତି ଅଧିକ ନିଦ ଔଷଧ ଖାଇବା ଫଳରେ ହୃଦଘାତ ଆଶଙ୍କା ବଢ଼ିଯାଏ। ଅନେକ ସମୟ ଧରି ନିଦ ଔଷଧ ଖାଇବା ଫଳରେ ସ୍ମରଣ ଶକ୍ତି ଦୁର୍ବଳ ହୋଇଯାଏ। ଅଧିକ ମାତ୍ରାରେ ନିଦ ଔଷଧ ସେବନ କରିବା ଦ୍ବାରା ଭୋକ ମଧ୍ୟ ହୋଇ ନ ଥାଏ। ଯେଉଁମାନେ ମୋଟାପଣର ଶିକାର ହୋଇଥାନ୍ତି ସେମାନେ ନିଦ ଔଷଧ ଖାଇବା ଦ୍ୱାରା ହୃଦଘାତର ଆଶଙ୍କା ବଢ଼ିଯାଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ