ଅସାବଧାନତା ପାଇଁ ଅଗ୍ନିକାଣ୍ଡରେ ଜଳିଗଲା ଟ୍ରକ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌) : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡରେ ଅସାବଧାନତା କାରଣରୁ ଗୋଟିଏ ଟ୍ରକ ଜୋଳିପୋଡି ପାଉଁଶ ହୋଇଯାଇଛି । ଏଭଳି ଘଟଣା ଶନିବାର ଅପରାହ୍ନ ସାଢେ ୫ ଟା ସମୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ କେହି ଡ୍ରାଇଭର ଓ ହେଲପର ସୁରକ୍ଷିତ ରହିଥିବା ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଶନିବାର ଅପରାହ୍ନ ସମୟରେ ଟ୍ରକ ତଳେ ଚୁଲା ରଖି ରୋଷେଇ କରୁଥିବା ବେଳେ ହଠାତ୍ ଚୁଲାରୁ ନିଆଁ ଉପରକୁ ଉଠିଯାଇଥିଲା । ଏହାପରେ ଅଗ୍ନିକାଣ୍ଡ ରେ ଟ୍ରକଟି ପୋଡିବା ଆରମ୍ଭ ହୋଇଥିଲା । ଏହା ଦେଖି ଗାଡିର ଚାଳକ ମାନେ ନିଆଁକୁ ଲିଭାଇବାକ ୁ ଆୟତ୍ତ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ଫଳରେ ଗାଡିଟି ପୋଡି ଅଙ୍ଗାର ହୋଇଯାଇଛି । ଶେଷରେ ଅଗ୍ନିିଶମ ବାହିନୀ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଗାଡିଟି ସଂମ୍ପୁର୍ଣ୍ଣ ଜଳି ପୋଡି ଜାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ