ଦିଲ୍ଲୀ ବିଧାନସଭା ନିର୍ବାଚନ : ତିନି ଦଳର ଭିଡିଓ ଓ୍ବାର୍ ଜାରି
ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର। ହାତରେ ରହିଛି ମାତ୍ର ଗୋଟିଏ ମାସରୁ କମ୍ ସମୟ। ଦିଲ୍ଲୀର ବାଜି ଜିତିବା ପାଇଁ କ୍ଷମତାଧାରୀ ଆପ୍, ବିଜେପି ଓ କଂଗ୍ରେସ ସମେସ୍ତ ନିଜ ନିଜର ପ୍ରଚାର ଚଳାଇଛନ୍ତି। କେବଳ ଏତିକି ନୁହେଁ,ସୋସିଆଲ ମିଡିଆରେ ଏହି ତିନି ଦଳ ବଲିଉଡ୍ ଗୀତ ଓ ଫିଲ୍ମକୁ ନେଇ ଉଭୟ ଉଭୟଙ୍କୁ ଟାର୍ଗେଟ୍ କରୁଛନ୍ତି।
ବିଜେପି ଓ ଆମ୍ ଆଦ୍ମୀ ଭିଡିଓ ଜରିଆରେ ଦୁହେଁ ଦୁହିଁଙ୍କୁ ଟାର୍ଗେଟ୍ କରୁଛନ୍ତି। ସର୍ବପ୍ରଥମେ ବିଜେପି ଲୋକପ୍ରିୟ ଫିଲ୍ମ ‘ନାୟକ’ ଜରିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲଙ୍କୁ ଟାର୍ଗେଟ୍ କରିଛି। ଏହି ଭିଡିଓରେ ନିକଟରେ ଦିଲ୍ଲୀରେ ହୋଇଥିବା ହିଂସା ସମେତ କିଛି ଘଟଣା ପାଇଁ କେଜ୍ରୀଓ୍ବାଲଙ୍କୁ ଦାୟୀ କରିବାକୁ ଚେଷ୍ଟା କରିଛି। ସେହିପରି ଆପ୍ ଏହାର ଜବାବ ସ୍ବରୂପ ନାୟକ ଫିଲ୍ମର ଦ୍ବିତୀୟ ଭାଗକୁ ଦେଇ ଜନତାଙ୍କ ପାଇଁ କେଜ୍ରୀଓ୍ବାଲ ସରକାର କାମ କରୁଛି ବୋଲି ଏକ ଭିଡିଓ ଜାରି କରିଛି। ସେହିପରି ଆପ୍-ବିଜେପିର ଭିଡିଓ ଓ୍ବାରରେ କଂଗ୍ରେସ ମଧ୍ୟ ଏଣ୍ଟ୍ରି ମାରିଛି। ଭିଡିଓ ଜରିଆରେ କଂଗ୍ରେସ ଆପ୍କୁ ଟାର୍ଗେଟ୍ କରିଛି। କଂଗ୍ରେସ ଏକ ଭିଡିଓରେ କେଜରୀଓ୍ବାଲ ମିଛ ପ୍ରତିଶ୍ରୁତି ଦେଉଛନ୍ତି ବୋଲି କହିଛି।