ଭିଜିଲାନ୍ସ ଜାଲରେ ଫରେଷ୍ଟର ଦିବାକର ଲେଙ୍କା

ବ୍ରହ୍ମପୁର,

ଭିଜିଲାନ୍ସ ଜାଲରେ ଫରେଷ୍ଟର ଦିବାକର ଲେଙ୍କା
ଭିଜିଲାନ୍ସ ଜାଲରେ ଫରେଷ୍ଟର ଦିବାକର ଲେଙ୍କା

ଗଜପତି,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ରା .ଉଦୟଗିରି ବ୍ଲକ ରାମଗିରି ବନ ବିଭାଗ କର୍ମଚାରୀ ଦିବାକର ଲେଙ୍କା ୫ ହଜାର ଟଙ୍କା ଲାଂଚ ନେଇଥିବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି । ମିଳିଥିବା ଖବର ଅନୁଯାୟୀ ମଙ୍ଗରାଜପୁର ଗ୍ରାମର କୃର୍ଷ୍ଣ ଚନ୍ଦ୍ର କାର୍ଜି ଜଙ୍ଗଲରୁ କାଠକଟା ମେସନ ସାହାର୍ଯ୍ୟରେ କାଠ କାଟୁଥିବା ସମୟରେ ଫରେଷ୍ଟର ହାବୁଡରେ ପଡିଥିଲେ ।ଏଥିସହ ଫରେଷ୍ଟର କର୍ମଚାରୀ ମେସିନ ଜବତ କରିଥିଲେ । ଏହା ପରେ କ ୃର୍ଷ୍ଣ ଚନ୍ଦ୍ର ମେସିନ ମାଗିବାକୁ ଫରେଷ୍ଟର ନିକଟକୁ ଯାଇଥିବା ବେଳେ ମେସନ ବାବଦରେ ତାଙ୍କୁ ଫରେଷ୍ଟର ୫ ହଜାର ଟଙ୍କା ଲାଂଚ ମାଗିଥିଲେ । ଏହା ପରେ କୃର୍ଷ୍ଣ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଖବର ପାଇ ଭିଜିଲାନ୍ସ ଟିମ ପହଞ୍ଚି ତଦନ୍ତ କରିବା ସହ ଫରେଷ୍ଟର କର୍ମଚାରୀଙ୍କ ଠାରୁ ନଗଦ ୫ ହଜାର ଟଙ୍କା ଜବତ କରିବା ସହ ଗିରଫ କରିଛି ।ଅନ୍ୟ ପଟେ କୃର୍ଷ୍ଣ ଚନ୍ଦ୍ର ତିତିଲି , ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପଡିଥିବା ଗଛ ଗଣ୍ଡି ଗୁଡିକୁ କାଟି ଆଣୁଥିବା ବେଳେ ଫରେଷ୍ଟର ମେସନ ଜବତ କରିବା ସହ ଲାଚଂ ମାଗିଥିଲେ । ଭିଜିଲାନ୍ସ ଟିମ୍ ଗିରଫ କରିବା ସହ ଭିଜିଲାନ୍ସ କେସ୍ ନଂ ୨/୨୦ରେ ମାମଲା ରୁଜୁ ହୋଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ