ଗାଁସାଥୀଙ୍କ ଆନ୍ଦୋଳନକୁ ୨୩ ଦିନ ପୁରିଲା, ୨୬ ତାରିଖ ସୁଦ୍ଧା ଦାବିର ସମାଧାନ ନହେଲେ ୨୭ରେ ବିଶାଳ ରାଲି ଓ ସମୂହ ଆତ୍ମହୁତି

ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ମାସକୁ ୬ ହଜାର ଟଙ୍କାରୁ ଉଦ୍ଧ୍ୱର୍ ପ୍ରୋତ୍ସାହନ ରାଶି ପ୍ରାପ୍ତି ସମେତ ୪ ଦଫା ଦାବି ନେଇ ୧୧ ବର୍ଷର ଅପେକ୍ଷା ତଥା ଏକାଧିକବାର ପଲ୍ଲୀରୁ ଦିଲ୍ଲୀ ଯାଏ ସଂଗ୍ରାମ ପରେ ଚଳିତ ମାସ ୩ ତାରିଖରୁ ୨୩ ଦିନ ଧରି ଭିନ୍ନ ଭିନ୍ନ ଗଠନମୂଳକ ଧାରାରେ ଭୁବନେଶ୍ୱର ଗାନ୍ଧିମାର୍ଗରେ ଆନ୍ଦୋଳନ ଜାରି ରଖିଛି ଗାଁସାଥୀ ସଂଘ । ଏହି ୨୩ ଦିନ ମଧ୍ୟରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଠାରୁ ଦାବି ପୂରଣର ଏକାଧିକବାର ପ୍ରତିଶ୍ରୁତି ପାଇସାରିଥିଲେ ମଧ୍ୟ ଏଯାଏ ପ୍ରକୃତ ନ୍ୟାୟ ମଳିପାରି ନାହିଁ ବୋଲି ଗତକରଊି ପୂର୍ବାହ୍ନରେ ଭୁବନେଶ୍ୱର ଧାରଣାସ୍ଥଳସ୍ଥିତ ୧୧ ନଂ ଟେଣ୍ଟରେ ସ୍ୱତନ୍ତ୍ର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତି ଗାଁସାଥୀ(ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳ, ସଭାପତି ସୌଭାଗ୍ୟ ମିଶ୍ର ଓ କୋଷାଧ୍ୟକ୍ଷ ପ୍ରତାପ ମଲ୍ଲିକ । ସଂଘ ତରଫରୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗଣମାଧ୍ୟମ ଜରିଆରେ ଶେଷ ନିବେଦନ ଜଣାଇ ଦିଆଯାଇଛି ଯେ, ଚଳିତ ଫେବୃୟାରୀ ୨୬ ତାରିଖ ସୁଦ୍ଧା ଯଦି ଗାଁସାଥୀ ସମସ୍ୟାର ବାସ୍ତବ ପ୍ରଶାସନିକ ସମାଧାନ କରାନଯାଏ, ତେବେ ବାଧ୍ୟହୋଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ହଜାର ହଜାର ଗାଁସାଥୀ ଗାନ୍ଧିମାର୍ଗସ୍ଥିତ ବ୍ୟାରିକେଡ଼ ଆଗରେ ଏହି ଫେବୃୟାରୀ ୨୭ ତାରିଖରେ ସମୂହ ଆତ୍ମହୁତି ଦେବେ ବୋଲି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ୨୬ ସୁଦ୍ଧା ଦାବିର ସମାଧାନ ନହେଲେ ଫେବୃୟାରୀ ୨୭ ତାରିଖ ଦିବା ୧୦ ଘଟିକାରେ ଗାଁସାଥୀ ଟେଣ୍ଟରୁ ଏକ ବିଶାଳ ରାଲି ଜରିଆରେ ୩୦ ହଜାରରୁ ଉଦ୍ଧ୍ୱର୍ ଗାଁସାଥୀମାନେ ବିଧାନସଭା ବ୍ୟାରିକେଡ଼ ଯାଏ ଯାଇ ସେଠାରେ ଆମରଣ ଅନଶନ ଜାରି ରଖିବା ସହିତ ଇଚ୍ଛା ମୁତାବକ ସମୂହ ଆତ୍ମହୁତି ଦେବାକୁ ବାଧ୍ୟ ହେବେ ବୋଲି ସଂଘ ତରଫରୁ ପ୍ରକାଶ । ଏଣୁ ରାଜ୍ୟର ସମସ୍ତ ଗାଁସାଥୀ ସପରିବାରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ରାଜ୍ୟ କମିଟିର ନିବେଦନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ