ସିବିଆଇ ପଂଞ୍ଝାରେ ରାଇରଙ୍ଗପୁର ପୋଷ୍ଟାଲ କର୍ମଚାରୀ
ରାଇରଙ୍ଗପୁର- ପୋଷ୍ଟାଲରେ ମଧ୍ୟ ଦୁର୍ନୀତିର ଗଂଧ ପିଛା ଛାଡୁନି । ମଙ୍ଗଳବାର ଦିନ ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମୁଖ୍ୟ ଡାକଘରେ ଅପରାହ୍ନରେ ୪ଟା ସମୟରେ ସିବିଆଇ ଟିମ୍ ପ୍ରବେଶ କରି ଶୁକ୍ରୁଳି ବ୍ଲକର ଝାରଘୋଷଡା ବ୍ରାଞ୍ଚ ପୋଷ୍ଟ ମାଷ୍ଟର ସୁକାନ୍ତ ମହାକୁଡଙ୍କ ପାଖରୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ପୋଷ୍ଟାଲ ଇନ୍ସପେକ୍ଟର ସଂଜୀତ ବେହେରାଙ୍କୁ କାବୁ କରିଥିଲା । ସଂଜିତ ବେହେରା ରାଇରଙ୍ଗପୁର ଏବଂ କରଂଜିଆ ଉପଖଣ୍ଡର ସମସ୍ତ ପୋଷ୍ଟ ଅଫିସର ଆକାଉଣ୍ଟ ଚେକିଂ ଦାୟିତ୍ବରେ ଥିଲେ ।ସେ କର୍ମଚାରୀମାନଙ୍କ ଠାରୁ ଲାଞ୍ଚ ନେଉଥିବା ପୂର୍ବରୁ ସିବିଆଇ ଖବର ପାଇଥିଲା । ଅଭିଯୋଗକାରୀ ସନାତନ ମହାକୁଡ଼ଙ୍କ ବକେୟା ବିଲ୍ ପାଶ କରାଇବା ବାହାନାରେ ୨୦,୦୦୦ ଟଙ୍କାରୁ ୧୫,୦୦୦ ଟଙ୍କା ମୁଲଚାଲ କରିଥିଲେ । ବାରମ୍ବାର ହଇରାଣ ହୋଇ ଶେଷରେ ସିବିଆଇ ନିକଟରେ ଅଭିଯୋଗ କରିଥିଲେ । ସିବିଆଇ ସଂଜିତଙ୍କ ଶଶୁର ଘର ରାଇରଙ୍ଗପୁର ପୌରାଞ୍ଚଳର ଅଞ୍ଚଳରେ ଥିବା ପୈତୃକ ଘରରେ ମଧ୍ୟ ଚଢ଼ାଉ କରିଥିଲେ ।ରାତିରେ ତାଙ୍କୁ ଭୂବନେଶ୍ବର ସିବିଆଇ ଅଫିସକୁ ନେଇ ଯାଇଛି । ସିବିଆଇ ଏସ.ପି ପ୍ରମୋଦ କୁମାର ମାଝୀଙ୍କ ନିର୍ଦ୍ଦେଶରେ ଡିଏସପି ପ୍ରଫୁଲ୍ଲ ମିଶ୍ର ଏବଂ ଇନ୍ସପେକ୍ଟର ସୁବାଷ ଚନ୍ଦ୍ରଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା ।