ବଟେଶ୍ୱର ମହାଦେବ ପୀଠରେ ମକର ମେଳା ଅନୁଷ୍ଠିତ

କୋଣାର୍କ ,(ଯୁଗାବ୍ଦ ନ୍ୟୁଜ୍‌): ପବିତ୍ର ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ କୋଣାର୍କ ନିକଟସ୍ତ ବାଲିଦୋକାନରେ ଅବସ୍ଥିତ ବାବା ବଟେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ମକର ମେଳା ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ବାବାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ନିକଟରେ ଥିବା ୬ଟି ଗ୍ରାମର ଆରାଧ୍ୟ ଦେବତା ମାନଙ୍କୁ ବିମାନରେ ସୁସଜ୍ଜିତ କରି ଅଣାଯାଇ ବାବାଙ୍କ ମନ୍ଦିର ନିକଟରେ ଅବସ୍ଥାନ କରାଯାଇଥିଲା। ପରେ ପରେ ପୂଜା ପଣ୍ଡା ମାନଙ୍କ ଦ୍ୱାରା ବଟେଶ୍ୱର ମହାଦେବଙ୍କ ମକର ନୀତି ଅନୁଷ୍ଠିତ ହେବା ପରେ ବିମାନରେ ଅବସ୍ଥାନ କରିଥିବା ଠାକୁର ମାନଙ୍କର ମକର ମିଳନ ନୀତି କରାଯାଇଥିଲା। ଛ ଗାଁର ଠାକୁର ମାନେ ଆସି ମହାଦେବଙ୍କ ପାଖରେ ମକର ବସି ମକର ଭୋଗ ଖାଇ ବହୁଡନ୍ତି। ଏହି ମେଳଣରେ ବିଭିନ୍ନ ଦୋକାନ ମନ ମେଳା ପଡ଼ିଆରେ ପଡିଥିବାରୁ ଶ୍ରଦ୍ଧାଳୁ ମାନେ କିଣାକିଣି ସହ ଖାଇବାର ମଜା ନେଉଥିଲେ। ଏହି ଅବସରରେ ଦୁଇ ରାତି ଧରି ଖନ୍ଦୋଳ ଓ ଗୟଳ ଗ୍ରାମ ପକ୍ଷରୁ ମୁକ୍ତାକାଶ ନାଟକ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ବଟେଶ୍ୱର ଉନ୍ନୟନ କମିଟିର ସଭ୍ୟ ଓ ବ୍ରାହ୍ମଣ ମାନେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ