ସଞ୍ଜୟଙ୍କ ସର୍ତ୍ତ

ମୁମ୍ବାଇ : ବଲିଉଡ଼ର ମୁନ୍ନା ଭାଇ ଭାବେ ଜଣାଯାଉଥିବା ସଞ୍ଜୟ ଦତ୍ତ ଏବେ ଆଗାମୀ ଚଳଚ୍ଚିତ୍ର ‘ସଡ଼କ-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ମହେଶ ଭଟ୍ଟ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ପୂଜା ଭଟ୍ଟ, ଆଲିଆ ଭଟ୍ଟ, ଆଦିତ୍ୟ ରାୟ କପୁର ଅଭିନୟ କରୁଛନ୍ତି । ୧୯୯୧ରେ ମୁକ୍ତିଲାଭ କରିଥିବା ସଡ଼କ ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ ଅଭିନୟ କରିଥିବା ବେଳେ ନିର୍ଦ୍ଦେଶନା ମଧ୍ୟ ମହେଶ ଭଟ୍ଟ ହଁ୧ ଦେଇଥିଲେ । ଦ୍ୱିତୀୟ ଭାଗର କାହାଣୀ ମହେଶ ଲେଖିଛନ୍ତି । ଏ ବାବଦରେ ଯେତେବେଳେ ସଞ୍ଜୟ ଦତ୍ତଙ୍କ ସହ କଥାବାର୍ତ୍ତା ହେଲା, ସେ ଗୋଟିଏ ସର୍ତ୍ତ ରଖିଲେ । ଯଦି ମହେଶ ସାର ନିର୍ଦ୍ଦେଶନା ଦେବେ, ତେବେ ହିଁ ସେ ଅଭିନୟ ପାଇଁ ଚୁକ୍ତି କରିବେ । ତାହା ହିଁ ହୋଇଥିଲା । ପ୍ରଥମ ଦିନ ସୁଟିଂରେ ସଞ୍ଜୟ ପ୍ରବେଶ କରି ମହେଶ ସାରଙ୍କ ପାଦ ଧୂଳି ନେବା ପରେ ହିଁ ସୁଟିଂ ଆରମ୍ଭ କରିଥିଲେ ବୋଲି ୟୁନିଟ୍ ସଦସ୍ୟ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ