ସର୍ବବୃହତ୍ ଲୁଣ ଗୁମ୍ଫା
ପ୍ରକୃତି କାଳରେ ଲୁଚି ରହିଛି ଏଭଳି ଅନେକ ସ୍ଥାନ, ଯାହା ଆଜି ବି ରହିଛି ରହସ୍ୟ ଘେରରେ । ମଣିଷର ସନ୍ଧାନୀ ଆଖି ଆଜି ବି ସେହି ସ୍ଥାନର ଟେର ପାଇପାରିନାହିଁ । ତେବେ ନିକଟରେ ଇସ୍ରାଏଲ୍ର ଅନୁସନ୍ଧାନକାରୀମାନେ ଏକ ଏଭଳି ଗୁମ୍ଫାର ଆବିଷ୍କାର କରିଛନ୍ତି ଯେଉଁଟି ହେଉଛି ଏକ ଲୁଣର ଗୁମ୍ଫା । କେବଳ ସେତିକି ନୁହେଁ ଏହି ଗୁମ୍ଫାଟି ପୃଥିବୀର ସବୁଠାରୁ ବୃହତ୍ତମ ଲୁଣ ଗୁମ୍ଫାର ମାନ୍ୟତା ମଧ୍ୟ ଲାଭ କରିଛି । “ମଲହାମ୍’ ନାମକ ଏହି ଗୁମ୍ଫାଟି ପ୍ରାୟ ୧୦ କିଲୋମିଟର ଯାଏଁ ପରିବ୍ୟାପ୍ତ, ଯାହାକି ଇସ୍ରାଏଲ୍ର ସବୁଠାରୁ ବଡ଼ ପର୍ବତ ମାଉଣ୍ଟ ସୋଦାମଠାରୁ ନେଇ ଦକ୍ଷିଣ ପଶ୍ଚିମରେ ଥିବା ଡେଡ୍ ସି’ ଯାଏଁ ଲମ୍ବିଛି । ଏହି ଗୁମ୍ଫାର ଛାତ ଏବଂ କାନ୍ଥ ଲୁଣର କ୍ରିଷ୍ଟାଲ ଖଣ୍ଡରେ ଝଲସୁଥିବାର ଦେଖାଯାଏ । ଏହି କ୍ରିଷ୍ଟାଲ ଖଣ୍ଡର ଅଗରେ ଲାଗିଥିବା ପାଣି ବୁନ୍ଦା ମଧ୍ୟ ଏକ ମନମୁଗ୍ଧକର ପରିବେଶ ସୃଷ୍ଟି କରିଥାଏ ।