ପୂର୍ଣ୍ଣିମା ରାତ୍ରିରେ ଜନ୍ତୁ ହିଂସ୍ର ହୁଅନ୍ତି
ପୂର୍ଣ୍ଣିମା ରାତିରେ କେବଳ ସିଂହମାନେ ନୁହଁନ୍ତି ଅନ୍ୟ ଜୀବମାନେ ମଧ୍ୟ ହିଂସ୍ର ହୋଇ ଉଠନ୍ତି ବୋଲି ନିକଟରେ ବୈଜ୍ଞାନିକମାନେ କରିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ପୂର୍ଣ୍ଣିମା ରାତିରେ ସିଂହମାନେ ମଣିଷ ଶିକାର କରିବା ଆଶଙ୍କା ଅଧିକ ବଢ଼ି ଯାଇଥାଏ । ପୂର୍ଣ୍ଣିମା ଦିନ ସିଂହ ସହିତ ଅନ୍ୟ ଜନ୍ତୁମାନେ ମଧ୍ୟ ହ୍ରିଂସ ହୋଇଉଠନ୍ତି। ତାଞ୍ଜାନିଆର ଗ୍ରାମାଞ୍ଚଳରେ ଯେଉଁଠାରେ ମଣିଷଙ୍କ ଉପରେ ସିଂହମାନେ ଆକ୍ରମଣ କରନ୍ତି ସେଠାରେ ଏହି ଅଧ୍ୟୟନ କରାଯାଇଥିଲା । ଏହି ଅଧ୍ୟୟନ ସମୟରେ ଅଧିକାଂଶ ସିଂହ ଆକ୍ରମଣ ପୂର୍ଣ୍ଣିମା ଦିନ ହୋଇଥିବାର ଦେଖାଯାଇଥିଲା । କେବଳ ସେତିକି ନୁହେଁ ପୂର୍ଣ୍ଣିମା ଦିନ ଅନ୍ୟ ଜନ୍ତୁମାନେ ମଧ୍ୟ ମଣିଷଙ୍କ ଉପରେ ଆକ୍ରମଣ କରିଥିବାର ଦେଖାଯାଇଥିଲା ।


