ଉଲକା ପିଣ୍ଡରେ ଶର୍କରାର ସନ୍ଧାନ

ପୃଥିବୀର ଅତି ନିକଟ ଦେଇ କତି କରୁଥିବା ଧୂମକେତୁମାନଙ୍କରୁ ଅଲଗା ହୋଇ ପୃଥିବୀରେ ଖସି ପଡ଼ୁଥିବା ଉଲକା ପିଣ୍ଡ ସମ୍ପର୍କରେ ଏକ ନୂତନ ତଥ୍ୟ ମିଳିଛି । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଦାବି କରିଛି ଯେ ସେମାନେ ଏଭଳି ତିନୋଟି ଉଲକା ପିଣ୍ଡରେ ଶର୍କରା ଥିବାର ଜାଣିପାରିଛନ୍ତି । ସେଗୁଡ଼ିକ ଜାଇଲୋଜ, ଆରବିନୋଜ ଏବଂ ରାଇବୋଜ ପରି ଶର୍କରା ଜାତୀୟ ପଦାର୍ଥ ଥିବାର ଜଣାପଡ଼ିଛି । ଜୀବମାନଙ୍କ ଦେହରେ ଥିବା ଆରଏନଏ ମଲିକ୍ୟୁଲରେ ରାଇବୋଜ ମିଳିଥାଏ । ଉଲକା ପିଣ୍ଡରୁ ଏହା ମିଳିଥିବାରୁ ଏଥିରୁ ଧୂମକେତୁଗୁଡ଼ିକରେ ବି ଜୀବସତ୍ତା ଥିବାର ଅନୁମାନ କରାଯାଇଛି । ସେହିପରି ଡିଏନଏ ପୂର୍ବରୁ ଆରଏନଏରେ ସୃଷ୍ଟି ହୋଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ