ବସ୍ ଧକ୍କାରେ ମହିଳା ମୃତ
ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍): ଭଂଜନଗର ଥାନା ଅନ୍ତର୍ଗତ ବାଉଁଶଲୁଣ୍ଡି କୁରୁମ ପେଣ୍ଠ ନିକଟରେ ଏକ ଘରୋଇ ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ମହିଳା ଜଣକ ପରିଚୟ ମୁଦୁଲିପଲି ଗ୍ରାମର ଯାଜ୍ଞସିନି ସ୍ୱାଇଁ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନିଜର ବାଇକ ଯୋଗେ ଭଂଜନଗର ଅଭିମୁଖେ ଯାଉଥିବା ସମୟରେ ପଛପଟୁ ଏକ ଘରୋଇ ବସ ଶକ୍ତ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାଇକରୁ ସ୍ୱାମୀ ସୁଦର୍ଶନ ସ୍ୱାଇଁ ଓ ସ୍ତ୍ରୀ ତଳେ ପଡି ଆହାତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତିକରିଥିଲେ । ଡାକ୍ତର ମହିଳା ଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ଶବ ଉଦ୍ଧାର କରିବା ସହ ଶବ ବ୍ୟେବଚ୍ଛେଦ ନିମନ୍ତେ ପଠାଇଛି ।