ମୁଖାଗ୍ନୀ ଦେଲା ଝିଅ
ନବରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ହୃଦୟସ୍ପର୍ଶୀ ଘଟଣା । ଭାରତୀୟ ହିନ୍ଦୁରୀତି ଅନୁଯାୟୀ ବାପାଙ୍କ କାଳ ହେଲେ ପୁଅ ମୁଖାଗ୍ନି ଦେଇଥାଏ । ନବରଙ୍ଗପୁର ଜିଲ୍ଳାର ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବି ଲୋକନାଥ ପାଳଙ୍କ ଅକସ୍ମାତ ବିୟୋଗ ପରେ ତାଙ୍କ ପରିବାର କେହି ଜଣେ ପୁରୁଷ ମୁଖାଗ୍ନି ଦେବା ନିମନ୍ତେ ପ୍ରସ୍ତୁତ ହେଉଥିବା ସମୟରେ ମୃତ ଲୋକନାଥ ପାଳଙ୍କ ଝିଅ ସାହାସ ଜୁଟାଇ ନିଜର ପିତାଙ୍କୁ ମୁଖାଗ୍ନି ଦେବା ନିମନ୍ତେ ପ୍ରସ୍ତୁତ ହୋଇଥିଲେ । ଓ ଶେଷରେ ମନରେ ଦୃଢ ଇଚ୍ଛା କରି ଶ୍ମସାନରେ ପହଁଞ୍ଚି ନିଜର ଜନ୍ମକଲା ପିତାଙ୍କ ମୃତ୍ୟୁ ଦେହରେ ମୁଖାଗ୍ନି ଦେଇଥିଲେ । ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଘଟଣା ଏହି ଭଳି ମହାନ କାର୍ଯ୍ୟକୁ ବୁଦ୍ଧିଜୀବି ମାନେ ପ୍ରଂଶସା କରାଯାଇଛି ।


