ଜଣ୍ଟି ରୋଡ୍‌ସଙ୍କୁ କ୍ଲିନ୍‌ ବୋଲ୍ଡ କଲା ‘ଗଲି ବୟ’

ବଲିଉଡ୍‌ ସୁପରଷ୍ଟାର ଅଭିନେତା ରଣବୀର ସିଂଙ୍କ ପୂରା ବିଶ୍ବରେ ପ୍ରଶଂସକ ଅଛନ୍ତି। କିନ୍ତୁ ଏବେ ତାଙ୍କ ପ୍ରଶଂସକଙ୍କ ତାଲିକାରେ ଆଉ ଜଣେ ନୂଆ ସେଲିବ୍ରିଟିଙ୍କ ନାମ ଯୋଡ଼ି ହୋଇଛି। ଏହି ସେଲିବ୍ରିଟି ଜଣକ ବଲିଉଡ୍‌ କିମ୍ବା ହଲିଉଡ୍‌ର ନୁହନ୍ତି, ବରଂ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଜଣ୍ଟି ରୋଡ୍‌ସ ଅଟନ୍ତି। ଯିଏକି ନିକଟରେ ରଣବୀର ସିଂଙ୍କ ଗତ ବର୍ଷ ରିଲିଜ୍‌ ହୋଇଥିବା ସିନେମା ‘ଗଲି ବୟ’ ଦେଖିବା ସହିତ କ୍ଲିନ୍‌ ବୋଲ୍ଡ ହୋଇଯାଇଛନ୍ତି। କ୍ରିକେଟ୍‌ ଫିଲ୍ଡରେ ଜବରଦସ୍ତ ଫିଲ୍ଡିଂ ପାଇଁ ଏବେ ବି ପ୍ରଶଂସକଙ୍କ ହୃଦୟରେ ସ୍ଥାନ ହାସଲ କରିଥିବା ଜଣ୍ଟି ଟ୍ବିଟ୍‌ କରି ଲେଖିଛନ୍ତି ଯେ ଗତବର୍ଷ ଏକ ସମାରୋହରେ ସେ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ସାକ୍ଷାତ କରିବା ପରେ ‘ଗଲି ବୟ’ର ଗୀତ ଶୁଣୁଥିଲେ। ଗତ ରାତିରେ ଏମିରେଟ୍‌ରୁ ଭାରତ ଆସିବା ସମୟରେ ଫ୍ଲାଇଟ୍‌ରେ ଏହି ସିନେମା ପୂରା ଦେଖିବାର ସୁଯୋଗ ପାଇଥିଲେ। ସବ୍‌ଟାଇଟଲ ଥିବାରୁ ବହୁତ ବହୁତ ଧନ୍ୟବାଦ। ଏହି ଫିଲ୍ମ ଦେଖି ସେ ବହୁତ ହସିଥିଲେ, କାନ୍ଦିଥିଲେ ଓ ତାଙ୍କ ଲୋମ ମଧ୍ୟ ଟାଙ୍କୁରି ଯାଇଥିଲା। ଏହି ଟ୍ବିଟ୍‌କୁ ଜଣ୍ଟି ଏହି ସିନେମାର କଳାକାରଙ୍କୁ ମଧ୍ୟ ଟ୍ୟାଗ୍‌ କରିଥିଲେ। ଜଣ୍ଟିଙ୍କ ଏହି ଟ୍ବିଟ୍‌ ପରେ ତୁରନ୍ତ ସିଦ୍ଧାନ୍ତ ତାଙ୍କୁ ରିଟ୍ବିଟ୍‌ କରି ଏହି ଫିଲ୍ମ ଦେଖିଥିବାରୁ ସେ ବେଶ୍‌ ଆନନ୍ଦିତ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ଜୋୟା ଅଖତରଙ୍କ ନିର୍ଦେଶନାରେ ନିର୍ମିତ ‘ଗଲି ବୟ’ ସିନେମାରେ ରଣବୀର ସିଂ, ଆଲିଆ ଭଟ୍ଟ, ସିଦ୍ଧାନ୍ତ ଚତୁର୍ବେଦୀ ଓ କଳ୍‌କୀ କୋଚଲାନି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ଭାରତ ପକ୍ଷରୁ ବିଦେଶୀ ଭାଷା ସିନେମା ଶ୍ରେଣୀରେ ଅଫିସିଆଲ ଭାବେ ଓସ୍କାର ପାଇଁ ପଠାଯାଇଥିଲା। ସେହିପରି ଜଣ୍ଟି ରୋଡ୍‌ସ ଚଳିତ ବର୍ଷ ଆଇପିଏଲ୍‌ର କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବକୁ କୋଚିଂ ଦେଉଛନ୍ତି। ସେ ଭାରତକୁ ଖୁବ୍‌ ପସନ୍ଦ କରନ୍ତି, ତେଣୁ ଜଣ୍ଟି ତାଙ୍କ ଝିଅ ନାମ ଭାରତ ମଧ୍ୟ ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ