କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି କିଳଙ୍କାରୀ ଘଟଣା

କେନ୍ଦ୍ରାପଡା – କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ପୂର୍ବତନ ସଭାପତି ପ୍ରମୋଦ ସାହୁଙ୍କ ଦ୍ୱାରା ନିର୍ଯ୍ୟାତିତା ମହିଳା କର୍ମଚାରୀ ଆଜି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଯେ ସେ ବର୍ତ୍ତମାନ ଅତ୍ୟନ୍ତ ମର୍ମନ୍ତୁଦ ଯନ୍ତ୍ରଣା ଭିତର ଦେଇ ଗତି କରୁଛନ୍ତି । ଅତ୍ୟନ୍ତ ଗରୀବ ପରିବାରରୁ ଆସିଥିବା ସଂପୃକ୍ତ ଅଭିଯୋଗକାରୀ ମହିଳା କର୍ମଚାରୀ ଜଣକ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ଝିଅ ଭାବରେ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ଜଣେ କିରାଣୀ (ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀ) ଭାବରେ ଯୋଗଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟକୁ ସଂପୃକ୍ତ ସଂସ୍ଥାର ପୂର୍ବତନ ସଭାପତି ଶ୍ରୀ ସାହୁଙ୍କ ଯୈାନ ପିପାସୀ ଲୋଲୁପ ଦୃଷ୍ଟିର ଶିକାର ହେବାରୁ ସେ ନିଜର ସ୍ୱାଭିମାନ ଓ ଜୀବନ ବଂଚାଇବା ନିମନ୍ତେ ସେ ସୋସାଇଟିର ପୂର୍ବତନ ସଭାପତି ଶ୍ରୀ ସାହୁ ଏବଂ ଏଥିରେ ଅନୁପ୍ରେରିତ ଓ ତାଙ୍କୁ ପ୍ରଲୋଭିତ କରିଥିବା ସୋସାଇଟିର ବୀମା ପରାମର୍ଶ ଦାତା କମଳାକାନ୍ତ ସୂଆରଙ୍କ ବିରୋଧରେ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ ସହିତ ତଥ୍ୟ ଓ ପ୍ରମାଣ ପ୍ରଦାନ ପରେ ଥାନା ପକ୍ଷରୁ ସୋସାଇଟିର ପୂର୍ବତନ ସଭାପତି ଶ୍ରୀ ସାହୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏହି ସମୟ ମଧ୍ୟରେ ସୋସାଇଟିର ସମ୍ପାଦକ ପ୍ରହଲ୍ଲାଦ ସାହୁ ଓ ସହସମ୍ପାଦକ ଅରବିନ୍ଦ ସାହୁ ପ୍ରତିହିଂସା ପରାୟଣ ହୋଇ ସଂପୃକ୍ତ ଅଭିଯୋଗକାରିଣୀ ମହିଳା କର୍ମଚାରୀଙ୍କୁ ଅପମାନ ଓ ଲୋକଲଯ୍ୟାର ସମ୍ମୁଖିନ କରାଇ ମାମଲାକୁ ରଫାଦଫା କରିଦେବାକୁ ଚାପ ସୃଷ୍ଟି କରିଥିଲେ ବୋଲି ସଂପୃକ୍ତ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଏଥିରେ ସେ ରାଜି ନହେବାରୁ ତାଙ୍କ ଉପରେ ରାଗ ରଖି ତାଙ୍କୁ ଫସାଇବାକୁ ବିଭିନ୍ନ ଷଡଯନ୍ତ୍ର ସେମାନେ କରିଚାଲିବା ସହ ତାଙ୍କ ପାଇଁ ଅତ୍ୟନ୍ତ ଅସ୍ୱସ୍ତିକର ପରିବେଶ ସୃଷ୍ଟି କରିଥିଲେ ଯାହା ଫଳରେ ସେହି ମହିଳା କର୍ମଚାରୀ ଜଣକ ଚାକିରୀରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି । ଏସବୁ ପରେବି ତାଙ୍କ ଇସ୍ତଫାକୁ ଗ୍ରହଣ କରାନଯାଇ ତାଙ୍କୁ ଅପମାନିତ କରାଯାଇ ଚାକିରୀରୁ ବହିଷ୍କାର କରାଗଲା ବୋଲି ସେ ଅଭିଯୋଗ କରିଛନ୍ତି । ଏବେ ସେ ସମ୍ପୂର୍ଣ୍ଣ ଭୟ ଓ ଆଶଙ୍କାର ବାତାବରଣ ଭିତର ଦେଇ ଗତି କରୁଥିବା ବେଳେ ଲୋକଲଜ୍ୟା,ଦୁଶ୍ଚିନ୍ତା,ଅଭାବ ଓ ସମାଲୋଚନାର ଭୟଙ୍କର ବାତାବରଣ ଭିତରେ ତାଙ୍କ ଭଳି ଜଣେ ଅସହାୟା ଝିଅର ଜୀବନ ଦୁର୍ବିସହ ହୋଇପଡିଥିବା ବେଳେ ଅଖଣ୍ଡ କ୍ଷମତା ,ପ୍ରତିପତି,ବଳ ଓ ଧନ ବଳରେ ବଳିୟାନ ସୋସାଇଟିର ପୂର୍ବତନ ସଭାପତି ଶ୍ରୀ ସାହୁ ଏବଂ ବୀମା ପରାମର୍ଶଦାତା ଶ୍ରୀ ସୂଆର ସୋସାଇଟିକୁ ଅବାଧ୍ୟ ପ୍ରବେଷ ଜାରି ରହିଛି । ଏହି ଦୁଇଜଣଙ୍କ ପ୍ରରୋଚନାରେ ସୋସାଇଟିର ସମ୍ପାଦକ ଓ ସହ ସମ୍ପାଦକ ୨ଜଣ ସୋସାଇଟିର ବିଭିନ୍ନ ଶାଖାରେ ବୁଲି ବୁଲି ସଂପୃକ୍ତ ମହିଳା କର୍ମଚାରୀଙ୍କ ବିରୋଧରେ କୁତ୍ସାରଟନା କରିବା ସହ ସାମାଜିକ ସ୍ତରରେ ଏକ କଦର୍ଯ୍ୟ ପରିବେଶ ସୃଷ୍ଟି କରି ତାଙ୍କର ବର୍ତ୍ତମାନ ଓ ଭବିଷ୍ୟତକୁ ଅନିଶ୍ଚିତତା ଭିତରକୁ ଠେଲି ଦେଉଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଉପରୋକ୍ତ ସମସ୍ତ ଅଭିଯୋଗ ଗୁଡିକର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି । ଏତଦବ୍ୟତିତ ସଂପୃକ୍ତ ମହିଳା କର୍ମଚାରୀ ଏ ସମ୍ପର୍କରେ ସମବାୟ ସମିତି ସମୂହର ରେଜିଷ୍ଟ୍ରାର,ମହିଳା ଓ ଶିସୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏବଂ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡ।।ନ ପ୍ରମୁଖଙ୍କୁ ଲିଖିତ ଅଭିଯୋଗ କରି ଘଟଣାର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ