ସୁଲଣ ପଞ୍ଚାୟତରେ ନାଏବ ସରପଞ୍ଚଙ୍କୁ ଦାଇତ୍ୱ ହସ୍ତାନ୍ତର
ହାଟଡିହି : ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ନାଏବ ସରପଞ୍ଚଙ୍କୁ ସରକାରୀ ଭାବେ ସରପଞ୍ଚ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ପଞ୍ଚାୟତ ଆକ୍ଟ ସେକ୍ସନ ୨୧(୨) ଓଡିଶା ଗ୍ରାମପଞ୍ଚାୟତ ଆଇନି ୧୯୬୪ବଳରେ ସୋମବାର ବିଡିଓ ଜୟଦେବ ଦାସଙ୍କ ନିର୍ଦ୍ଦେଶକ୍ରମେ ହାଟଡିହି ବ୍ଲକର ଜିପିଓ ନବୀନ ଚନ୍ଦ୍ର ନାୟକ, ପିଇଓ ନରହରି ନାୟକ ପ୍ରମୁଖ ସୁଲଣ ପଞ୍ଚାୟତରେ ପହଞ୍ଚି ୱାର୍ଡସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ନାଏବ ସରପଞ୍ଚ ଅଶୋକ କୁମାର ଜେନାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ଦାଇତ୍ୱ ହସ୍ତାନ୍ତର କାର୍ଯ୍ୟକ୍ରମ ସମୟରେ ୱାର୍ଡସଭ୍ୟା କବିତା ପାଢ଼ୀ, ସାବିତ୍ରୀ ସେଠୀ, ପ୍ରଭାସିନି ଜେନା, କବିତା ବେହେରା, ଅଭିରାମ ରାଉତ, ଶ୍ରାବଣୀ ମଲ୍ଲିକ, ଗୋବିନ୍ଦ ଜେନା, ରବିନ୍ଦ୍ର ମାଝୀ, ହୃଦାନନ୍ଦ ନାଇକ, ଶୁଭଶ୍ରୀ ଜେନାଙ୍କ ସମେତ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପଞ୍ଚାୟତରେ ପୁର୍ବର କୌଣସି ରେକର୍ଡପତ୍ର ନଥିବାରୁ ଉନ୍ନୟନ ମୁଳକ କାର୍ଯ୍ୟ କରିବାରେ ଏବେ ନାନା ସମସ୍ୟା ଦେଖାଦେବାର ଆଶଙ୍କା ଅଛି ବୋଲି ୱାର୍ଡସଭ୍ୟସଭ୍ୟା ମାନେ କହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଏହି ପଞ୍ଚାୟତର ସରପଞ୍ଚ ଅଲିଭା ପଲେଇ ଗତ ୭ତାରିଖରେ ତାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଭୋଟରେ ପରାସ୍ତ ହୋଇ ତାଙ୍କ ପଦବି ହରାଇଥିଲେ । ପୁର୍ବରୁ ମକଧ୍ୟ ଦୁର୍ନିତି ଅଭିଯୋଗରେ ରାଜ୍ୟ ସରକାର ୫ଟି ଲାଗୁକରି ତାଙ୍କୁ ନିଲମ୍ବିତ କରିଥିଲେ । ନାଏବ ସରପଞ୍ଚ ଅଶୋକ ଜେନା କାର୍ଯ୍ୟଭାର ଗ୍ରହଣ କରିବାପରେ କୈଳାଶ ଜେନା, ରବିନ୍ଦ୍ର ନାୟକ,


