ତାଲା ଭାଙ୍ଗି ୧ ଲକ୍ଷ ୧୦ ହଜାର ଚୋରୀ ଅଭିଯୋଗ

ମୋହନା – ଗଜପତି ଜିଲ୍ଲା ମୋହନା ଥାନା ଠାରୁ ମାତ୍ର ୧ କିଲୋମିଟର ଦୂର ତାରିଣୀନଗରରେ ରହୁଥିବା କମଳ ବେପାରୀଙ୍କ ଘରୁ ତାଲାଭାଙ୍ଗି ୧ ଲକ୍ଷ ୧୦ ହଜାର ଟଙ୍କା ଦୁର୍ବୁତ ମାନେ ଘରେ ପଶି କମଳ ତଳେ ରଖାଯାଇଥିବା ଟଙ୍କାକୁ ଚୋରୀ କରିନେଇଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ,କମଳ ବେପାରୀ ରାଜା ରାମ ଓ ତାଙ୍କ କିଛି ସହଯୋଗୀଙ୍କ ସହ ମୋହନାର ତାରିଣୀନଗରରେ ଭଡା ନେଇ ଗାଁ ଗାଁ କୁ ବୁଲି କମଳ ବେପାର କରୁଥିଲେ । ଗତ ୧୮ ତାରିଖରେ ସକାଳୁ ସେ ବେପାରକୁ ଚାଲିଯାଇଥିଲେ । ତାଙ୍କ ମଧ୍ୟରୁ ଜଣେ ସହଯୋଗୀ ବେପାର ସାରି ଘରେ ପହଂଚିବା ସମୟରେ ଘରର ତାଲାଭାଙ୍ଗିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ନିଜ ସାଙ୍ଗଙ୍କୁ ଫୋନ ଯୋଗେ ଏହି ବିଷୟରେ ଜଣାଇବା ପରେ ରାଜା ରାମ ଘଟଣାସ୍ଥଳରେ ପହଂଚି ଦେଖନ୍ତିତ ତାଙ୍କ କମଳ ତଳୁ ୧ ଲକ୍ଷ ୧୦ ହଜାର ଟଙ୍କା ଚୋରୀ ହୋଇଛି ।ଏହି ବିଷୟରେ ମୋହନା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । । ଏ ନେଇ ମୋହନା ଥାନା କେସ ନଂ ୧୨/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲୁରହିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ