ଯୁବକଙ୍କୁ ମରଣାନ୍ତକ ଆକ୍ରମଣ,ଥାନାରେ ଅଭିଯୋଗ

ଯୋଡ଼ା- କେନ୍ଦୁଝର ଜିଲା ଯୋଡ଼ା ସହରରେ ସୋମବାର ରାତିରେ ଜଣେ ଯୁବକଙ୍କୁ କିଛି ଦୃବୁର୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଜଣାପଡ଼ିଛି ଯେ,ସୋମବାର ରାତି ପ୍ରାୟ ୧୧ଟା ବେଳେ ଉଲି ହଟିଂର ଅଜୟ ପାତ୍ର ନାମକ ଯୁବକ ଯାଉଥିବାବେଳେ କୁନ୍ଦୁରୁନାଲା ବସ୍ତି ଠାରେ ୪ଜଣ ଦୃବୁର୍ତ ଆସି ଅଜୟଙ୍କୁ ହଠାତ ଆକ୍ରମଣ କରିଥିଲେ ।ତାଙ୍କୁ କିଛି ନ କହି ଘୋଷାଡ଼ି ଘୋଷାଡ଼ି ନିର୍ଧୁମ ମାଡ଼ ମାରିଥିଲେ ।ଅଜୟ ଲହୁଲୁହାଣ ହୋଇ ଜୀବନ ବିକଳରେ ଦୌଡ଼ି ପଳାଇ ନିକଟରେ ଥିବା ଏକ ଟେନ୍ଟ ଭିତରେ ଲୁଚି ରହିଥିଲେ ।ଦୁର୍ବୁତମାନେ ଅଜୟଙ୍କୁ ଖୋଜି ନ ପାଇବାରୁ ସେଠାରୁ ପଳାଇଯାଇଥିଲେ । ମଙ୍ଗଳବାର ସକାଳ ୯ ଘଟିକାରେ ଉକ୍ତ ଟେନ୍ଟ ନିକଟରେ ଲୋକଙ୍କ ଆସିବା ଶବ୍ଦ ଶୁଣି ବାହାରକୁ ଆସି ତାଙ୍କୁ କିଭଳି ମରଣାନ୍ତକ ଆକ୍ରମଣ କରାଯାଇଥିଲା ଏ ନେଇ ସେ ଲୋକଙ୍କୁ ଜଣାଇଥିଲା । ସେଠାରେ ଜଣେ ବ୍ୟକ୍ତି ଯୋଡ଼ା ପୋଲିସକୁ ଜଣାଇଥିଲେ । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ