ଉଦ୍ଧାର ହେଲେ ଶ୍ରମିକ

ନବରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌) : ନବରଙ୍ଗପୁର ଜିଲ୍ଲା ପୋଲସକୁ ଗତକାଲି ରାତିରେ ମିଳିଛି ବଡ ସଫଳତା । ନବରଙ୍ଗପୁର ଜିଲ୍ଲାରୁ ଶ୍ରମିକ ମାନଙ୍କୁ ବାହାର ରାଜ୍ୟକୁ ଦାଦନ ଖଟିବା ନିମନ୍ତେ ଚାଲାଣ କରାଯାଉଥିବା ବେଳେ ସମସ୍ତ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକ ଝରିଗାଁ ବ୍ଲକର ବାନୁଆଁଗୁଡା ଗ୍ରାମର ବୋଲି ଜଣାପଡିଛି । ପ୍ରାପ୍ତ ଖବର ଅନୁଯାୟୀ ଗତକାଲି ରାତିରେ ଏକ ଘରୋଇ ବସ ଯୋଗେ ଗ୍ରାମର ୪୦ ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଓ ନାବାଳିକା ଯୁବକ ମାନେ ଶ୍ରମିକ ଭାବେ କାର୍ଯ୍ୟକରିବାକୁ ବାହାରକୁ ଚାଲାଣ କରାଯାଉଥିଲା ।ଠିକ୍ ସମୟରେ ପୋଲିସ କୈାଣସି ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଅଚାନକ ଟିମ୍ ସହିତ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରିଥିବା ମହିଳା ମାନଙ୍କୁ ସୁଦ୍ଧାର ଗୃହରେ ରାତ୍ର ରଖାଯାଇଥିବା ବେଳେ ଅନ୍ୟ ମାନଙ୍କୁ ବିଶ୍ରାମଗାରାରେ ରଖାଯାଇଥିଲା । ଅନ୍ୟ ପଟେ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ