ବରଖା: ‘ରାଜନୀତି’ରୁ ‘ପିଏମ୍ ନରେନ୍ଦ୍ର ମୋଦି’!

ମୁମ୍ବାଇ : ୨୦୦୪ରେ କିତନୀ ମସ୍ତ ହେ ଜିନ୍ଦଗୀ’ ଟେଲିଭିଜନ ଧାରାବାହିକ ଜରିଆରେ ପେସାଦାର ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ ବରଖା ବିଷ୍ଟ ସେନଗୁପ୍ତା । ୨୦୧୦ ରେ ପ୍ରକାଶ ଝା’ଙ୍କ ‘ରାଜନୀତି’ ମାଧ୍ୟମରେ ସେ ବଲିଉଡରେ ପ୍ରବେଶ କରିଥିଲେ । ସେଥିରେ ତାଙ୍କର ଭୂମିକା କେବଳ ଏକ ଆଇଟମ ନମ୍ବର ପରିବେଷଣ ମଧ୍ୟ ସୀମିତ ଥିଲା । ଆଉ ନୃତ୍ୟ ଦୃଶ୍ୟଟିକୁ ଦର୍ଶକ ପସନ୍ଦ କରିଥିଲେ । ତେବେ ବରଖାଙ୍କ ବଲିଉଡ଼ ଜୀବନର ଗାଡ଼ି ଆଗକୁ ଗଡ଼ିପାରିନଥିଲା । ମାତ୍ର ଦୁଇଟି ଫିଲ୍ମ ‘ସମ୍ରାଟ ଆଣ୍ଡ କୋ’ ଓ ‘ଗୋଲାଓଁ କୀ ରାସଲୀଳା…ରାମଲୀଳା’ରେ ଛୋଟିଆ ଭୂମିକାରେ ଅଭିନୟ କରିଥିଲେ । ତାହା ପରେ ଗତ ବର୍ଷ ଦେଖିବାକୁ ମିଳିଥିଲେ ‘ପିଏମ୍ ନରେନ୍ଦ୍ର ମୋଦି’ରେ । ଏଥିରେ ସେ ଅଭିନୟ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ‘ଯଶୋଦାବେନ’ ଭୂମିକାରେ । ପ୍ରଧାନମନ୍ତ୍ରୀଙ୍କ ଜୀବନରେ ତାଙ୍କ ପତ୍ନୀଙ୍କ ଯେତିକି ଭୂମିକା, ଫିଲ୍ମରେ ମଧ୍ୟ ବରଖାଙ୍କର ବୟସ ଏବେ ଚାଳିଶ । ବଲିଉଡ଼ରୁ ସେ ବିଶେଷ କିଛି ଆଶା ମଧ୍ୟ କରନ୍ତି ନାହିଁ । ୱେବ ଓ ଟେଲିଭିଜନ ଧାରାବାହିକ ତାଙ୍କ ପେସାଦାର ଜୀବନକୁ ବଞ୍ଚାଇ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ