ସୁଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ରକ୍ତ ଦାନ ଶିବିର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା)- ପାରଳାଖେମୁଣ୍ଡି ଉପକଣ୍ଠସ୍ଥିତ ସୁ ଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ଯୁବରେଡକ୍ରସ ଏବଂ ଏନ୍.ସି.ସି
ପକ୍ଷରୁ କ୍ୟାମ୍ପସ୍ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଗୁରୁବାର ନେତାଜୀ ସୁବାଷ ବୋଷ ଙ୍କ ଜୟନ୍ତି ଅବସରରେ ହୋଇଥିବା ଏହି ଶିବିରକୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂପର୍କ ଅଧିକାରୀ ଡ.ସୁଶାନ୍ତ କୁମାର ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ଡ. ପି. କଲ୍ୟାଣ ଚକ୍ରବର୍ତ୍ତି ଡ. ଅମିର ପ୍ରସାଦ ବେହେରା ସହେଯାଗ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରୁ ମୋଟ ୫୦ ୟୁନିଟି ରକ୍ତ ସଂଗ୍ରହ ହୋଇଥିଲା । ଭାରତୀୟ ରେଡକ୍ରସର ଶତବାର୍ଷିକ ଅବସରରେ ହୋଇଥିବା ଏହି ଶିବିର ନଭେମ୍ବର ମାସରୁ ଲଗାତାର ୩ ଶିବିର ଆୟୋଜିତ ହୋଇଥିବା ସୂଚନାଦେଇଛନ୍ତି ଛାତ୍ର ସଂପର୍କ ଡିନ୍ ଡ.ସୁଶାନ୍ତ କୁମାର ପଟ୍ଟନାୟକ । ଏହି ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିବା ସମସ୍ତ ଛାତ୍ରଛାତ୍ରୀ ,ସ୍ୱେଚ୍ଛାସେବୀ ,ଏନ୍.ସି.ସି କ୍ୟାଡେଟ୍ ଓ ତାସହିତ ରକ୍ତ ଭଣ୍ଡାରରୁ ଆସିଥିବା ଡାକ୍ତର ଏନ୍.ରବି ବାବୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


