ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ):ରାୟଗଡା ଜିଲ୍ଲାରେ କଲ୍ୟାଣସିଂହପୁର ଥାନା ଅଞ୍ଚଳର ଲୋକଙ୍କୁ ନେଇ ପୋଲିସ ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ ଥାନାରେ ଅନୁଷ୍ଠିତ ହୋଇ ଯାଇଛି। କଲ୍ୟାଣସିଂହପୁର ଥାନ ଅଧିକାରୀ ଅଜିତ ପରିରିଡା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକଙ୍କୁ ଆଇନକୁ ନିଜ ହାତକୁ ନ ନେବା, ଅପ୍ରମାଣିତ ଗୁଜବକୁ ବିଶ୍ୱାସ କିମ୍ବା ପ୍ରଚାର ନ କରିବା ଏବଂ କୌଣସି ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ସଚେତନ କରିବା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୩୦ ଲୋକ ଯୋଗଦେଇଥିଲେ।ଉପସ୍ଥିତ ଲୋକଙ୍କୁ ଜନତାଙ୍କ ଦ୍ୱାରା ଆଇନକୁ ନିଜ ହାତକୁ ନେବା, ଗଣ ପିଟା ପିଟି (ମବ୍ ଲିଞ୍ଚିଂ)ର କୁପ୍ରଭାବ ଓ ଏହାର ଗୁରୁତର ଆଇନଗତ ପରିଣାମ ସମ୍ପର୍କରେ ଅବଗତ କରାଯାଇଥିଲା। ମୋବାଇଲ୍ ଫୋନ୍ ଓ ସୋସିଆଲ୍ ମିଡିଆରେ ପ୍ରଚାରିତ ଅପ୍ରମାଣିତ ଗୁଜବକୁ ବିଶ୍ୱାସ କରି କୌଣସି ପଦକ୍ଷେପ ନ ନେବା ଏବଂ କୌଣସି ସନ୍ଦେହଜନକ ବ୍ୟକ୍ତି କିମ୍ବା କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ପୋଲିସ କଣ୍ଟ୍ରୋଲ୍ ରୁମକୁ ସୂଚନା ଦେବାକୁ ଅନୁରୋଧ କରାଯାଇଥିଲା।ଏହା ସହିତ ଅନ୍ଧବିଶ୍ୱାସ, ସାଇବର ଅପରାଧ ଏବଂ ଗଣହିଂସା ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କ ନିକଟରେ ଆଇନ ପହଁଞ୍ଚାଇଵା ମୁଖ୍ୟ ଧାରା ହୋଇ ଥିବାରୁ ଅଞ୍ଚଳରେ ବାରମ୍ବାର ସଚେତନା ସୃଷ୍ଟି କରାଯାଉଛି।


