ପିଲା ଚୋର ସନ୍ଦେହରେ ଯୁବକ ଓ ଯୁବତୀଙ୍କୁ ନିସ୍ତୁକ ମାଡ଼ : ଦୁଇ ଗୁରୁତର

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ପିଲା ଚୋର ସନ୍ଦେହକୁ କେନ୍ଦ୍ର କରି ଘଟିଛି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗତକାଲି ରାତ୍ର ୮ଟା ସମୟରେ।ଦିଲ୍ଲୀରେ ଏକ ବର୍ଷିଆ ଫେଲୋଶିପ୍ କରୁଥିବା ଜଣେ ଯୁବତୀ ଓ ତାଙ୍କ ସହଯୋଗୀ ଏକ୍ସପୋଜର୍ ଭିଜିଟ୍ ସାରି ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରୁ ଫେରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହର ଶିକାର ହୋଇଥିଲେ। ପିଲା ଚୋର ଅଭିଯୋଗରେ ସେମାନଙ୍କୁ ଅଟକାଇ ଦୁର୍ବ୍ୟବହାର ଓ ନିସ୍ତୁକ ମାଡ଼ମରା ଯାଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ କଲ୍ୟାଣସିଂହପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଘଟଣାସ୍ଥଳ ଓ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଯେଉଁ ବ୍ୟକ୍ତିମାନେ ସଂଶୀଷ୍ଟ ଉଚିତ ଦଣ୍ଡ ଦିଆଯିବ ବୋଲି ଏସପି ରାଜ ପ୍ରସାଦ ପ୍ରକାଶ କରିଚୁନ୍ତି।ସୂଚନା ଅନୁସାରେ, ଫେଲୋଶିପ୍‌ର ଅଂଶ ଭାବେ ଗାଁ ଗସ୍ତ ଓ ଏକ୍ସପୋଜର୍ ଭିଜିଟ୍ ସାରି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡିରୁ କଲାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଭିମୁଖେ ସ୍କୁଟିରେ ଫେରୁଥିଲେ ଦୁଇ ଯୁବକ ସୁମନ ଝାପ ଓ ଯୁବତୀ ଅର୍ପିତା ସୂତାରିଆ । ଅଞ୍ଚଳ ସମ୍ପର୍କରେ ଅପରିଚିତ ଥିବାରୁ ସେମାନେ ଗୁଗୁଲ୍ ମ୍ୟାପ୍ ସହାୟତାରେ ଯାଉଥିବା ବେଳେ କଲ୍ୟାଣସିଂହପୁର ବ୍ଲକ୍ ଇନ୍ତାଲିଗୁଡ଼ା ନିକଟରେ ସ୍ଥାନୀୟ ଲୋକଙ୍କ ସନ୍ଦେହର ଶିକାର ହୋଇଥିଲେ। ପିଲା ଚୋର ସନ୍ଦେହରେ ସେମାନଙ୍କୁ ଅଟକାଇ ପଚରାଉଚରା କରାଯାଇଥିଲା। ଅଭିଯୋଗ ଅନୁସାରେ ପରିଚୟପତ୍ର ଦେଖାଇବା ପରେ ମଧ୍ୟ ଲୋକମାନେ ସନ୍ତୁଷ୍ଟ ହୋଇନଥିଲେ ଏବଂ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ଅଭିଯୋଗକାରୀଙ୍କ କହିବା ଅନୁସାରେ, ପରିସ୍ଥିତି ଅସମ୍ଭାଳ ହେବାରୁ ସେମାନେ ପୋଲିସ ସହାୟତା ନେବାକୁ ଚେଷ୍ଟା କରିଥିଲେ। ହେଲେ ଏହି ସମୟରେ କିଛି ଲୋକ ସେମାନଙ୍କ ସହ ଦୁର୍ବ୍ୟବହାର ସହ ଯୁବତୀକୁ ଉଲଗ୍ନ କରି ମାଡ଼ମାରି କରିଥିବା ଅଭିଯୋଗ ହୋଇଛି। ଜୀବନ ବିକଳରେ ଉଭୟ ନିକଟସ୍ତ ବିଦ୍ୟୁତ ସବଷ୍ଟେସନ କାର୍ଯ୍ୟାଳୟ ରେ ପସି ଯାଇଥିବାରୁ ସେଠାରେ ମଧ୍ୟ ଉତ୍ୟକ୍ତ ଲୋକେ କାର୍ଯ୍ୟାଳୟ ଭିତରେ ପସି ଯାଇ ମାଡ଼ ମାରିଥିଲେ।ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ ପୋଲିସ ଥାନା ଅଧିକାରିଣୀ କଳ୍ପନା ବେହେରା ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲା । ସେମାନେ କୌଣସି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ନଥିବା ଏବଂ ଫେଲୋଶିପ୍‌ର କାର୍ଯ୍ୟକ୍ରମ ପାଇଁ ଗସ୍ତରେ ଯାଇଥିବା ଅଭିଯୋଗକାରୀମାନେ ସ୍ପଷ୍ଟ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଘଟଣାକୁ ଗୁରୁତ୍ୱର ସହ ନେଇ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ କଲ୍ୟାଣସିଂହପୁର ଥାନାରେ ପହଞ୍ଚି ଘଟଣାର ସମୀକ୍ଷା କରିଛନ୍ତି। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖୋଜଖବର ନେବା ସହ ମେଡିକାଲରେ ପହଞ୍ଚି ବୟାନ ରେକର୍ଡ କରାଯାଇଛି। ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଘଟଣାର ପ୍ରକୃତ କାରଣ ଓ ସତ୍ୟାସତ୍ୟ ତଦନ୍ତ ପରେ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ