ଅନ୍ଧବିଶ୍ୱାସ ଓ ଅଂଶୁଘାତ ଜନିତ ସଚେତନତା ଅଭିଯାନ

ବେତନଟୀ (ଉଦିତ କୁମାର ପରିଡା) : – ବେତନଟୀସ୍ଥିତ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବେତନଟୀ ପଞ୍ଚାୟତ ଆମ୍ବଯୋଡ଼ା (ନୁଆସାହି) ଖେଳପଡ଼ିଆ ନିକଟରେ ଗ୍ରାମବାସୀମାନଙ୍କୁ ନେଇ ଅନ୍ଧବିଶ୍ୱାସ ଓ ଅଂଶୁଘାତ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଜୟନ୍ତ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସମସ୍ତ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଅଂଶୁଘାତ ଓ ଗ୍ରାମରେ ବଢୁଥିବା ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସରୁ ନିବୃତ ରହିବା ପାଇଁ ଗ୍ରାମବାସୀଙ୍କୁ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଏହି ସଚେତନତା କାର୍ଯ୍ୟକ୍ରମ ଗ୍ରାମମାନଙ୍କରେ ହେବା ଦ୍ୱାରା ଗ୍ରାମରେ ଲୋକମାନେ ବହୁ କିଛି ଜାଣିନଥିବା ସୂଚନା ପାଇ ପାରିବେ, ଏଣୁ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି। ଆଗାମୀ ଦିନରେ ଏପରି ଅନେକ ସଚେତନତା ଆଗାମୀ ଦିନରେ ଅନେକ ଗ୍ରାମରେ ଚାଲୁରହିବା ନେଇ ସଂଘ ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ