ଚୌଦ୍ୱାର ଜେଲ୍‌ର ପୂର୍ବତନ ଅଧୀକ୍ଷକ ସୁଜିତ ରାଉଳଙ୍କ ଜାମିନ ଖାରଜ

କଟକ(ଓ୍ବାଇଏନଏସ): ଚୈାଦ୍ବାର ସର୍କଲ ଜେଲ୍‌ର ପୂର୍ବତନ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ନିୟମିତ ଜାମିନ ଆବେଦନ ଗୁରୁବାର ଖାରଜ ହୋଇଛି। କଟକ ଜିଲ୍ଲା ଅତିରିକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଏହି ଆବେଦନ ଖାରଜ କରିଛନ୍ତି। ଚୌଦ୍ୱାର ଜେଲ୍‌ର ମିନିଟ୍‌ ବୁକ୍‌ ଓ ଅନ୍ୟାନ୍ୟ ସରକାରୀ ରେକର୍ଡରେ ଜାଲିଆତି ଏବଂ ହେରଫେର ଅଭିଯୋଗରେ ସୁଜିତ ରାଉଳ ଗିରଫ ହୋଇଥିଲେ। ଜାମିନ ଶୁଣାଣି ସମୟରେ ତଦନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଏବଂ ଅଭିଯୁକ୍ତ ପ୍ରମାଣ ନଷ୍ଟ କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ଥିବା ସରକାରୀ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା।ଅନ୍ୟପକ୍ଷରେ, ସୁଜିତଙ୍କ ଓକିଲ ସେ ନିର୍ଦ୍ଦୋଷ ଏବଂ ମିଥ୍ୟା ମାମଲାରେ ଫସାଯାଇଥିବା ଦର୍ଶାଇ ଜାମିନ ପାଇଁ ଯୁକ୍ତି ରଖିଥିଲେ। ତାଙ୍କ ଅସୁସ୍ଥତା ଏବଂ ପରିବାରର ଏକମାତ୍ର ଉପାର୍ଜନକାରୀ ହୋଇଥିବା କଥା ମଧ୍ୟ ଅଦାଲତଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ସୂଚନା ଅନୁଯାୟୀ, ୨୦୨୫ ଅକ୍ଟୋବର ୨ରେ ଚୌଦ୍ୱାର ଜେଲ୍‌ରୁ ଦୁଇ ବିହାରୀ ବିଚାରାଧୀନ କଏଦୀ ଫେରାର ହେବା ପରେ ଜେଲ୍‌ର ବିଭିନ୍ନ ରେକର୍ଡରେ ହେରଫେର ଏବଂ ତତ୍କାଳୀନ ଜେଲରଙ୍କ ଦସ୍ତଖତ ଜାଲ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସୁଜିତ ରାଉଳଙ୍କୁ ସେପ୍ଟେମ୍ବର ୨୧ରେ ପୁଲିସ ଗିରଫ କରିଥିଲା। ପୂର୍ବରୁ ତାଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ହାଇକୋର୍ଟରେ ଖାରଜ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ