ସୋସୋ ବଉଳା କଲେଜ ଛାତ୍ର ସଂସଦ ନିର୍ବାଚନ: ସଭାପତି ହେଲେ ସୌମ୍ୟ ରଞ୍ଜନ, ସମ୍ପାଦକ ସ୍ମୃତିରେଖା
ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ଅନ୍ତର୍ଗତ ବଉଳା କଲେଜ ସୋସୋରେ ଛାତ୍ର ସଂସଦ ନିର୍ବାଚନରେ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ମଧ୍ୟରେ ରୋଚକ ଲଢ଼େଇ ହୋଇଥିବାବେଳେ ସଭାପତି ପଦରେ ଏନ୍ଏସ୍ୟୁଆଇର ସୌମ୍ୟ ରଞ୍ଜନ ନାୟକ ବିଜୟୀ ହୋଇଛନ୍ତି। ସେହିପରି ଉପସଭାପତି ପଦରେ ବିସିଜେଡିର ଜ୍ୟୋତି ରଞ୍ଜନ ସିଂ ଏବଂ ସମ୍ପାଦକ ପଦରେ ଏନ୍ଏସ୍ୟୁଆଇର ସ୍ମୃତିରେଖା ରାଉତ ବିଜୟ ହାସଲ କରିଛନ୍ତି। ଅନ୍ୟ ପଦବୀଗୁଡ଼ିକ ମଧ୍ୟରେ ସହସମ୍ପାଦିକା ଭାବେ ଏବିଭିପିର ଜୟଶ୍ରୀ ରଥ, କ୍ରୀଡ଼ା ସମ୍ପାଦକ ଭାବେ ଏବିଭିପିର ସିପନ ବେହେରା ଏବଂ ଡ୍ରାମାଟିକ୍ ସମ୍ପାଦକ ଭାବେ ଏବିଭିପିର ହିମାଂଶୁ ମିଶ୍ର ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ବିଭିନ୍ନ ଛାତ୍ର ସଂଗଠନର ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ପ୍ରଚାର ଚଳାଇଥିବାବେଳେ ଫଳାଫଳକୁ ନେଇ କଲେଜ ପରିସରରେ ଉତ୍ସାହ ଦେଖିବାକୁ ମିଳିଛି। ବିଜୟୀ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ଆସ୍ଥା ଓ ସମର୍ଥନକୁ ସମ୍ମାନ ଜଣାଇ କଲେଜର ଶିକ୍ଷା, ଶୃଙ୍ଖଳା ଓ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ ପାଇଛି।


