ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ମୁଣ୍ଡାଳୋ ବଜାର ନିକଟରେ ଗୋଟିଏ ବାଇକରେ ଦୁଇଜଣ ଯାଉଥିବା ବେଳେ ଦୁର୍ଘଟଣା ଘଟି ୨ଜଣ ଗୁରୁତର ହୋଇଛନ୍ତି। ଏହି ଦୁଇ ଜଣ ହେଲେ ପୁରୀ ଜିଲ୍ଲା କୋଣାର୍କ ଅଂଚଳର ଶିବୁ ମହାରଣା ଓ ବବୁଲ ବାରିକ। ସୂଚନାଯୋଗ୍ୟ ଯେ ଶିବୁ ଓ ବବୁଲ ବାଇକ ଯୋଗେ ଜଗତସିଂହପୁର ଅଭିମୁଖେ ଯାଉଥିଲେ। ମୁଣ୍ଡାଳ ବଜାର ନିକଟରେ ଥିବା ଏକ ପୋଲ ନିକଟରେ ଲଗାଯାଇଥିବା ସାଂଙ୍କେତିକ ଚିହ୍ନରେ ବାଇକଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଯାହାଫଳରେ ଊଭୟ ଗାଡିରୁ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ୧୦୮ ଆମ୍ବୁଲାନସ ଯୋଗେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ସେମାନେ ଚିକିତ୍ସିତ ହୋଉଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ