ବ୍ଲକ ଉପାଧ୍ୟାକ୍ଷ ଗିରଫକୁ ନେଇ ଗର୍ଜିଲା ବିଜେଡି

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଉପାଧ୍ୟାକ୍ଷ ତଥା ବିଜେଡି ରାଜ୍ୟ ସମ୍ପାଦକ ରତିକାନ୍ତ ରାଉତ ଙ୍କୁ ପୋଲିସ ଅଦୃଶ୍ୟ ଶକ୍ତିର ନିର୍ଦେଶରେ ଗିରଫ କରିଛି। ତାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନଥିବା ବେଳେ କେବଳ ବିଜେଡି କୁ ବଦନାମ କରିବା ଉଦେଶ୍ୟ ରେ ତାଙ୍କ ଘର ଉପରେ ଚଢ଼ାଉ କରାଯାଇ ତାଙ୍କୁ ଗିରଫ କରା ଯାଇଛି ବୋଲି ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ କହିଛନ୍ତି। ବିଜେଡି ବାଲାଙ୍କୁ ଗିରଫ ନକଲେ କେନ୍ଦୁଝର ପୋଲିସର ଭାତ ହଜମ ହୁଏନି ବୋଲି ସେ କହିଛନ୍ତି। ହାଟଡିହି ବ୍ଲକ ଉପାଧ୍ୟାକ୍ଷ ରତିକାନ୍ତ ରାଉତଙ୍କ ନାମରେ ପୂର୍ବରୁ କୌଣସି ଅଭିଯୋଗ ନଥିବା ବେଳେ ସେ କୌଣସି ମାମଲାରେ ମଧ୍ୟ ସମ୍ପୃକ୍ତ ନାହାନ୍ତି। ଏପରିକି ସେ ବାଲି କାରବାରରେ ସମ୍ପୃକ୍ତ ନଥିବା ବେଳେ ତାଙ୍କୁ “ଅପରେସନ ବୈତରଣୀ’ ରେ ଗିରଫ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେବଳ ବିଜେଡି କୁ ବଦନାମ କରିବା ପାଇଁ ଏହି ଗିରଫ କରା ଯାଇଛି ବୋଲି ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି। ପୋଲିସ ଚଢ଼ାଉ ବେଳେ କେଉଁ ମାନଙ୍କ ଘରୁ କଣ କଣ କଣ ଜବଦ କଲା ତାହା ସାର୍ବ ଜନିନ କରୁ, ତାହା ଲୋକେ ଜାଣନ୍ତୁ। ବିଜେପିର ଲୋକମାନେ ବାଲି ଚୋରୀ କରିବେ ବିଜେଡି ବାଲାଙ୍କୁ ବାନ୍ଧିବେ ଏହା କେଉଁ ନ୍ୟାୟ ବୋଲି ସେ ପ୍ରଶ୍ନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ