ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଜିରାଙ୍ଗ ପଞ୍ଚାୟତର ଗାଲଗୋଣ୍ଡା ଓ ଗୁରା ସାହି ଗ୍ରାମରେ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ”ଲିନ୍ସି ଫାଉଣ୍ଡେସନ’ ଏବଂ ସହଯୋଗୀ ସଂସ୍ଥା ”ସିସିଡି’ର ମିଳିତ ସ‌ହ‌ଯୋଗରେ ଏହି ଦୁଇ ଗ୍ରାମରେ ସୁରକ୍ଷିତ ଓ ସ୍ବଚ୍ଛ ପାନୀୟ ଜଳ ପ୍ରକଳ୍ପ ସହିତ ୧୧ ନବନିର୍ମିତ ବାସଗୃହ ଉଦଘାଟିତ ହୋଇଛି | ଏହି କାର୍ଯ୍ୟକ୍ରମରେ ରାୟଗଡ଼ ବିଡିଓ ସନ୍ତୋଷ କୁମାର ବାରିକ ମୁଖ୍ୟଅତିଥ୍ ଭାବେ ଯୋଗଦେଇ ପ୍ରକଳ୍ପର ଉଦଘାଟନ କରିଥିଲେ I ସମ୍ମାନିତ ଅତିଥ୍‌ ଭାବେ ଜିରାଙ୍ଗ ସରପଞ୍ଚ ରିସ୍କା ଭୂୟାଁ, ସିସିଡିର ନିର୍ଦ୍ଦେଶକ ଜଗନ୍ନାଥ ରାଜୁ, ଜେଏସଏସର ନିର୍ଦ୍ଦେଶକ ଜୀବନ ଦାସ, ପଞ୍ଚାୟତ ନିର୍ବାହୀ ଅଧିକାରୀ ରାସ ବିହାରୀ ପାତ୍ର, ଭିଡିସି ସଦସ୍ୟ, ବୁଦ୍ଧିଜୀବୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବ ସଦସ୍ୟ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ। ନବନିର୍ମିତ ସୁରକ୍ଷିତ ପାନୀୟ ଜଳ ପ୍ରକଳ୍ପଟି ସୋଲାର ଶକ୍ତି ଚାଳିତ ବୋରୱେଲ ମାଧ୍ଯମରେ କାର୍ଯ୍ୟକ୍ଷମ ହେବ ଓ ଯାହା ଗ୍ରାମବାସୀଙ୍କୁ ନିୟମିତ ଭାବେ ବିଶୁଦ୍ଧ ଜଳ ଯୋଗାଇବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ