ବ୍ଳକ କଂଗ୍ରେସ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ସଭାପତି ଦେବପ୍ରସାଦ ନାୟକଙ୍କ ଆହ୍ୱାନରେ ନାଉଗାଁ ବଜାର ଓ ଗଙ୍ଗଦାହାଟରେ ଭାରତ ରତ୍ନ ଡଃ. ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଏହି ଅବସରରେ ବ୍ଳକ କଂଗ୍ରେସ କମିଟି ସଭାପତି ବିଚିତ୍ରାନନ୍ଦ ଲେଙ୍କାଙ୍କ ସଭାପତିତ୍ୱରେ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ କମିଟିର ସଂପାଦକ ପ୍ରହଲ୍ଲାଦ ବିଶ୍ୱାଳ,ମନୋଜ କୁମାର ଦାଶ, ବିଜୟ କୁମାର ବେହେରା, ରମେଶ ଚନ୍ଦ୍ର ମୁଦୁଲି, ବେଣୁଧର ମହାନ୍ତି, ପ୍ରଶାନ୍ତ ସ୍ୱାଇଁ, ଲୋଚନ ରାଉଳ, କେଦାର ବିଶ୍ୱାଳ, କୁମର ଜେନା,ପିଂଟୁ ଦାସ, ନାରାୟଣ ଲେଙ୍କା,ଉଲ୍ଲାସ ଚନ୍ଦ୍ର ବାରିକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ