ମଧ୍ୟାହ୍ନ ଭୋଜନ ତଦାରଖ କଲେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ର ନାରଦପୁର ନୋଡାଲ ସ୍କୁଲକୁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଚାନକ ଗ୍ରସ୍ତ କରି ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରୀ ମଧ୍ୟାହ୍ନ ଭୋଜନ ପ୍ରଦାନ କରିଛନ୍ତି ତାର ତଦନ୍ତ କରିଥିବା ଦେଖିବାକୁ ମିଳିଛି। ସରକାରୀ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଦିନ କିପରି ମଧ୍ୟାହ୍ନ ଭୋଜନ ପ୍ରଦାନ କରିବେ ତାର ମେନୁ ଚାଟ୍ ପ୍ରସ୍ତୁତ କରିଛନ୍ତି। ସରକାର କରିଥିବା ମେନୁ ଚାଟ୍ ଅନୁସାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲା ମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିଛନ୍ତି କି ନାହଁ ତାର ଟିକିନିକି ତାଦାରଖ କରୁଛନ୍ତି ବ୍ଲକ ଶିକ୍ଷା ଅଧିକାରୀ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମିଶ୍ର ଙ୍କ ସମେତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ଚରଣ ସାହୁ ନାରଦପୁର ନୋଡାଲ ସ୍କୁଲକୁ ଗ୍ରସ୍ତ କରି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା ଗୃହ ର ସ୍ବଚ୍ଛତା ତଦାରଖ କରିବା ସହିତ ମଧ୍ୟାହ୍ନ ଭୋଜନ ପାଇଁ ଆବଶ୍ୟକୀୟ ଚାଉଳ ଠାରୁ ଆରମ୍ଭ କରି ସୋୟାବଡି,ତେଲ ସହିତ ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକ ତଦାରଖ କରିଥିଲେ। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ରହିଥିବା ପାଚିକା ସହାୟିକା ଙ୍କୁ ସ୍ବଚ୍ଛତା ପ୍ରତି ଧ୍ୟାନ ଦେବାକୁ ତାଗିଦ କରିଥିଲେ। ବର୍ତ୍ତମାନ ବର୍ଷା ଋତୁ ଚାଲିଥିବା ରୁ ପିଲାଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟାହ୍ନ ଭୋଜନ ରେ ମାଛି ନ ବସିବେ ତା ସହିତ ବିଶୁଦ୍ଧ ପାଣି ପିଲା ମାନଙ୍କୁ ପ୍ରଦାନ କରିବା ପାଇଁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିର୍ଦେଶ ଦେଇଥିଲେ। ପିଲା ମାନଙ୍କୁ ଠିକଣା ସମୟରେ ଏବଂ ଠିକ ଭାବରେ ମଧ୍ୟାହ୍ନ ଭୋଜନ ମିଳୁଛି ନା ନାହିଁ ପିଲା ମାନଙ୍କୁ ପଚାରି ବୁଝିଥିଲେ। ବିଦ୍ୟାଳୟ ର ସମସ୍ତ ଶ୍ରେଣୀ ଗୃହ ର ସ୍ଥିତି ଅନୁଧ୍ୟାନ କରିବା ସହିତ ପିଲା ମାନଙ୍କ ପାଠପଢ଼ା କିପରି ରହିଛି ପିଲାଙ୍କୁ ପଚାରି ବୁଝିଥିଲେ।


